Masthead

ବାୟୁରେ ଉଡ଼ିଲା ମାଂସ ପିଣ୍ଡୁଳା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାବୁଲ ବିମାନବନ୍ଦରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୧୦୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଦେଶ ଛାଡ଼ିବା ଆଶାରେ ଲୋକମାନେ ବିମାନବନ୍ଦରରେ ଭିଡ଼ ଜମାଉଛନ୍ତି । ତେବେ ନାଗରିକ ଚାଲିଗଲେ ତାଲିବାନ ଶାସନ କାହାକୁ କରିବ ବୋଲି କହି ଦେଶ ଛାଡ଼ିବା ଉପରେ ଅଙ୍କୁଶ ଲଗାଇଛି । ଯେଉଁଥିପାଇଁ ବିମାନବନ୍ଦରରରେ ବିସ୍ଫୋରଣ କରିଛି । ଏହି ବିସ୍ଫୋରଣର ଫଳାଫଳ ଏତେ ଭୟଙ୍କର ହୋଇଛି ଯେଉଁମାନେ ଅନୁଭବ କରିଛନ୍ତି ସେହିମାନେ ହିଁ ଜାଣିଛନ୍ତି । ତେବେ ବିସ୍ଫୋରଣ ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ବିସ୍ଫୋରଣରେ ଲୋକଙ୍କ ମାଂସ ପିଣ୍ଡୁଳା ଉଡ଼ୁଥିବାର ସେ ଦେଖିଛନ୍ତି । ଲୋକଙ୍କ ଶରୀରର କିଛି ଅଂଶ ମଧ୍ୟ ପବନରେ ଉଡ଼ୁଥିବାର ସେ ଦେଖିଛନ୍ତି ।

ଆନ୍ତର୍ଜାତୀୟ ବିକାଶ ଗୋଷ୍ଠୀର ଜଣେ ପୂର୍ବତନ କର୍ମଚାରୀ ଏହି ବିସ୍ଫୋରଣକୁ ଅତି ନିକଟରୁ ଦେଖିଥିଲେ । ଆଉ ବଖାଣିଥିଲେ ଛାତିଥରା ଦୃଶ୍ୟ । ଏହି ବ୍ୟକ୍ତିଙ୍କ ପାଖରେ ଆମେରିକାର ଭିସା ଅଛି ଏବଂ ବିମାନରେ ଯାଇ ଦେଶ ଛାଡିବାକୁ ହଜାର ହଜାର ଲୋକଙ୍କ ସହ ଲାଇନରେ ଥିଲେ । ପ୍ରାୟ ୧୦ ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ । ଅପରାହ୍ନ ୫ଟାରେ ହଠାତ୍ ଜୋରରେ ଶବ୍ଦ ଶୁଭିଥିଲା । ସେ କହିଛନ୍ତି “ସତେ ଯେପରି ମୋ ପାଦ ତଳୁ ଖସିଯାଇଥିଲା କି ମାଟି । କିଛି କ୍ଷଣ ପାଇଁ ମୁଁ ଅନୁଭବ କଲି ଯେ ମୋର କାନ ଫାଟି ଯାଇଛି । ମୋତେ ଆଉ କିଛି ଶୁଭୁନାହିଁ । “ମୁଁ ଦେଖିଲି କିଛି ଲୋକଙ୍କ ଶରୀରର ମାଂସ ପିଣ୍ଡୁଳା ବାୟୁରେ ଉଡୁଛି । ଦେଖାଯାଉଥିଲା ଯେ ଘୂର୍ଣ୍ଣିବଳୟ ଭଳି ପ୍ଲାଷ୍ଟିକ ବ୍ୟାଗ ବି ଉଡିଥିଲା । ମୁଁ ଶବ, ଶରୀରର ଅଙ୍ଗ, ବୃଦ୍ଧ, ଆହତ ପୁରୁଷ, ମହିଳା ଏବଂ ବିସ୍ଫୋରଣରେ ଗୁରୁତର ପିଲାଙ୍କୁ ପଡିଥିବାର ଦେଖିଥିଲି । ସେ କୁହନ୍ତି, ଏହି ଜୀବନରେ ବିନାଶ ଦେଖିବା ସମ୍ଭବ ନୁହେଁ । କିନ୍ତୁ ଆଜି ମୁଁ ବିନାଶ ଦେଖିଲି, ମୁଁ ଏହାକୁ ନିଜ ଆଖିରେ ଦେଖିଲି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି