ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଏନୟୁ ରେ ଛାତ୍ର ଆନ୍ଦୋଳନ ପରଠାରୁ କହ୍ନେୟା କୁମାରଙ୍କୁ ବିଜେପି ସବୁବେଳେ ‘ଟୁକଡେ ଟୁକଡେ ଗ୍ୟାଙ୍ଗ’ କହିଆସୁଛି । ଏବେ କଂଗ୍ରେସରେ ଯୋଗ ଦେବା ପରେ ଏହାକୁ ବିଜେପି ବିରୋଧରେ ପ୍ରୟୋଗ କରିଛନ୍ତି କହ୍ନେୟା କୁମାର । ସେ କହିଛନ୍ତି ବିଜେପି ମାନେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ଗ୍ୟାଙ୍ଗ ବୋଲି କହୁଛି । ବିଜେପି ଗାନ୍ଧି ନୁହେଁ ଗଡସେଙ୍କୁ ଜାତିର ପିତା ବିବେଚନା କରୁଛନ୍ତି ବୋଲି ମତ ଦେଇଛନ୍ତି କହ୍ନେୟା ।
ଏଭଳି ମାନସିକତାକୁ ବିରୋଧ କରିବାକୁ ପଡିବ ବୋଲି ସେ କହିଛନ୍ତି । ଏଥିପାଇଁ କଂଗ୍ରେସ ଦଳକୁ ସୁଦୃଢ ହେବା ପାଇଁ ପଡ଼ିବ । ଯେଉଁମାନେ କେବଳ ନିଜର ରାଜନୈତିକ କ୍ୟାରିଅର ଚିନ୍ତା କରୁଛନ୍ତି ସେ ହିଁ ବିଜେପିରେ ଯୋଗ ଦେଉଛନ୍ତି । କଂଗ୍ରେସ ନେତୃତ୍ୱକୁ ଦଳ ଭିତରେ ସମାଲୋଚନା ବିଜେପିକୁ ଫାଇଦା ଦେଉଛି ବୋଲି ସେ କହିଛନ୍ତି । ଯେତେବେଳେ ଦେଶରେ କଂଗ୍ରେସ ଅଧିକ ସଫଳ ହେବ ସେତେବେଳେ ବିଜେପି ଅଧିକ ପରାଜୟ ସମ୍ନା କରିବ ।