Masthead

ନାଗାଲାଣ୍ଡ ବିଧାନସଭାରେ ପ୍ରଥମ ଥର ପାଇଁ ଶୁଭିଲା ଜାତୀୟ ସଂଗୀତ

ନୂଆଦିଲ୍ଲୀ (ବଡ଼ ଖବର): ନାଗାଲାଣ୍ଡ ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ପରିବେଷଣ କରାଯାଇଛି । ଯାହା ନାଗାଲାଣ୍ଡ ପାଇଁ ଏକ ଐତିହାସିକ ମୁହୂୁର୍ତ୍ତ ।୧୯୬୩ ଡିସେମ୍ବର୧ରେ ନାଗାଲାଣ୍ଡକୁ ୧୬ତ୍ତମ ରାଜ୍ୟର ମାନ୍ୟତା ମିଳିଥିଲା । ପ୍ରାୟ ଷାଠିଏ ବର୍ଷ ପରେ ଗତ ୧୨ ତାରିଖରେ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ବେଳେ ରାଜ୍ୟପାଳ ଆର୍ ଏନ୍ ରବିଙ୍କ ଅଭିଭାଷଣ ର୍ପୂବରୁ ଓ ପରେ ବିଧାନସଭାରେ ଜାତୀୟ ସଂଗୀତ ପରିବେଷିତ ହୋଇଥିଲା ।

ସାମ୍ବିଧାନିକ ବିଶେଷଜ୍ଞଙ୍କ ମତରେ ବିଧାନସଭାରେ ଜାତୀୟ ସଂଗୀତ ପରିବେଷଣ କରିବା ବାଧ୍ୟତାମୂଳକ ନୁହେଁ । କାରଣ ଜାତୀୟ ସଂଗୀତକୁ ସମ୍ମାନ ଦେବା ନାଗରିକର ମୌଳିକ କର୍ତ୍ତବ୍ୟ । ମୌଳିକ କର୍ତ୍ତବ୍ୟ ଗୁଡିକୁ ପାଳନ କରିବା, ନ କରିବା ନାଗରିକଙ୍କର ଇଛା ଉପରେ ନିର୍ଭର କରେ । କିନ୍ତୁ ଅନେକ ରାଜ୍ୟର ବିଧାନସଭାରେ ଜାତୀୟ ସଂଗୀତ ପରିବେଷଣ ଦେଖିବାକୁ ମିଳିଥାଏ । ବହୁ ବର୍ଷ ଧରି ବିଛିନ୍ନତାବାଦୀ ହିଂସା ଏବଂ ଅନେକ ଦିନ ଧରି ଚାଲି ଆସୁଥିବା ଶାନ୍ତି କଥାବାର୍ତ୍ତା ଦ୍ୱାରା ଏହା ଲୋପ ପାଇ ଯାଇଥିଲା ।

୨୦୦୭ ରେ ନିର୍ମିତ ହୋଇଥିବା ନୂଆ ବିଧାନସଭା ଗୃହରେ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ସଂଗୀତ ପରିବେଷିତ ହୋଇନଥିଲା ବୋଲି ବାଚସ୍ପତି ସରିନଙ୍ଗେନ ଲଙ୍ଗକୁମାର ମତ ରଖିଛନ୍ତି । ତାଙ୍କ ପରାମର୍ଶ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହ ରାଜ୍ୟପାଳ ଆର ଏନ୍ ରବି ମଧ୍ୟ ଏନ୍ ଏସ୍ ସି ଏନ୍ (ଆଇଏମ୍) ସମେତ ସୌନବିଭାଗ ସହିତ ରାଜ୍ୟରେ ଶାନ୍ତି ବଜାଇ ରଖିବା ପାଇଁ କଥାବାର୍ତ୍ତା ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ