Masthead

ଶେଷଥର ପାଇଁ ମ୍ୟୁଜିକ୍ ଆଲବମରେ ନଜର ଆସିବେ ସିଡନାଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସେହେନାଜ୍ ଗିଲ୍ । ଦୁହିଁଙ୍କ ଅନ୍ ସ୍କ୍ରିନ୍ କେମିଷ୍ଟ୍ରିକୁ ଏବେ ତାଙ୍କର ଲକ୍ଷ ଫ୍ୟାନ୍ସ ମିସ୍ କରୁଛନ୍ତି । କିନ୍ତୁ ତାଙ୍କର ସବୁ ଫ୍ୟାନ୍ସଙ୍କ ପାଇଁ ଏବେ ଆସିଛି ଖୁସି ଖବର । ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ । ଶେଷଥର ପାଇଁ ଦୁହିଁଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦେଖିବେ ଦର୍ଶକ । ପରଦାରେ ପୁଣି କ୍ୟୁଟ୍‌ ରୋମାନ୍ସ ଦେଖାଇବେ ଏହି ଯୋଡି।

ବିଗ୍‌ ବସ୍‌-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କର ସବୁ ଫ୍ୟାନ୍ସ ଯେମିତି ଭାଙ୍ଗିପଡିଥିଲେ । ତାଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଥିଲେ ବି ଏବେ ବି ଫ୍ୟାନ୍ସଙ୍କ ମନରେ ରହିଛନ୍ତି ସିଦ୍ଧାର୍ଥ । ସେଥିପାଇଁ ଏବେ ସିଦ୍ଧାର୍ଥଙ୍କ ଶେଷ ଆଲବମ୍ ରିଲିଜ୍ ହେବାକୁ ଯାଉଛି । ସିଦ୍ଧାର୍ଥ ଏବଂ ଶେହନାଜ ଗିଲ୍‌ଙ୍କ ଶେଷ ଆଲବମ୍‌ ଭିଡିଓ ‘ଅଧୁରା’ ଖୁବଶୀଘ୍ର ନିକଟରେ ରିଲିଜ୍ ହେବ। ଏହି ଗୀତରେ ଶେଷଥର ପାଇଁ ସିଡନାଜଙ୍କୁ ଦେଖିବାକୁ ମିଳିବ। ନିକଟରେ ଏହି ଗୀତର ପୋଷ୍ଟରକୁ ମେକର୍ସମାନେ ରିଲିଜ କରିଛନ୍ତି। ଏହି ପୋଷ୍ଟରକୁ ଦେଖିବା ପରେ ପ୍ରଶଂସକମାନେ ଭାବୁକ ହୋଇପଡିଛନ୍ତି।

ସିଦ୍ଧାର୍ଥ ଦୁନିଆରୁ ବିଦାୟ ନେବା ପୂର୍ବରୁ ଏକ ମ୍ୟୁଜିକ ଭିଡିଓରେ କାମ କରୁଥିଲେ, ଯାହାର ନାଁ ଥିଲା ‘ହାବିଟ୍‌’। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏହି ଗୀତ ଅସମ୍ପୂର୍ଣ୍ଣ ରହିଗଲା। ଏଭଳି ପରିସ୍ଥିତିରେ ନିର୍ମାତାମାନେ ଏହାର ଟାଇଟଲ୍ ବଦଳାଇ ଗୀତ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି। ଏହି ଗିତର ଟାଇଟେଲ୍ ଏବେ ‘ହାବିଟ୍’ରୁ ବଦଳାଯାଇ ‘ଅଧୁରା’ ରଖାଯାଇଛି । ନିର୍ମାତାଙ୍କ ଦ୍ୱାରା ମୁକ୍ତିଲାଭ କରିଥିବା ପୋଷ୍ଟରରେ ଏକ ସୁନ୍ଦର ଟ୍ୟାଗ୍ ଲାଇନ ମଧ୍ୟ ରହିଛି। ‘ଏକ୍ ଅଧୁରା ଗୀତ, ଏକ୍ ଅଧୁରା କାହାଣୀ, ଏକ୍ ସିଡ୍‌ନାଜଙ୍କ ଗୀତ’ ବୋଲି ପୋଷ୍ଟରରେ ଲେଖା ହୋଇଛି।

ତେବେ ଏହି ଗୀତକୁ ଲେଖିଛନ୍ତି ଆର୍କୋ ।ତା ସହ ଗୀତଟିକୁ ନିଜ ସୁନ୍ଦର ଭଏସ୍ ରେ ଗାଇଛନ୍ତି ବଲିଉଡର ପପୁଲାର ସିଙ୍ଗର ଶ୍ରେୟା ଘୋଷାଲ ।ତେବେ ଗୀତର ରିଲିଜ ଡେଟ୍‌କୁ ଏଯାଏଁ ନିର୍ମାତାମାନେ ଘୋଷଣା କରିନାହାନ୍ତି। ଏହି ପୋଷ୍ଟରକୁ ଦେଖିବା ପରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପ୍ରଶଂସକଙ୍କ ମଧ୍ୟ ଉତ୍ସାହ ବେଶ ବଢ଼ିଯାଇଛି। ତେବେ ପୁର୍ବରୁ ସିଦ୍ଧାର୍ଥ ଓ ସେହେନାଜଙ୍କୁ ଦୁଇଟି ମ୍ୟୁଜିକ୍ ଆଲବମରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଯୋଡିକୁ ଭରପୂର ଭଲପାଇବା ଦେଇଥିଲେ ଦର୍ଶକ । ବର୍ତ୍ତମାନ ଦୁହିଁଙ୍କର ତୃତୀୟ ଗୀତ ତଥା ଶେଷ ଗୀତକୁ ନେଇ ବି ଫ୍ୟାନ୍ସ ମାନେ ଖୁବ୍ ଏକ୍ସାଇଟେଟ୍ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ