Masthead

ଯାଜପୁର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ । ଅସୁସ୍ଥତା କାରଣରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୭ ବର୍ଷ ବୟସରେ ଶୁକ୍ରବାର ଅପରାହ୍ନ ୫.୨୦ ମିନିଟ୍‌ରେ ପରଲୋକ ହୋଇଥିଲା । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀର ଯାଜପୁର ନିଆଯାଇଥିଲା ।

ଅନାଦି ଚରଣ ଦାସ ୧୯୩୫ ମସିହା ଜାନୁୟାରୀ ୪ ତାରିଖ ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ବିଜିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସ୍ୱର୍ଗତ ଦାସ ୫ଥର ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ ହୋଇଥିବା ବେଳେ ସେ ୧୯୭୧, ୧୯୮୦ ଓ ୧୯୮୪ ମସିହାରେ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି କଂଗ୍ରେସ ଦଳ ପରିତ୍ୟାଗ କରି ଜନତା ଦଳରେ ଯୋଗଦାନ କରି ୧୯୮୯ ଓ ୧୯୯୧ ମସିହାରେ ଜନତା ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ପରେ ଜନତାଦଳ ପରିତ୍ୟାଗକରି କଂଗ୍ରେସ ଦଳରେ ଯୋଗଦାନ କରି ୧୯୯୩ ମସିହାରେ କେନ୍ଦ୍ରର ପି.ଭି. ନରସିଂହା ରାଓ ସରକାରଙ୍କୁ ଅସ୍ଥା ଭୋଟ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାର ସମୟରେ ସର୍ବଭାରତୀୟ ଏସ୍‌ସି/ଏସଟି କମିଶନର ଅଧ୍ୟକ୍ଷଭାବେ କାର୍ୟ୍ୟ ନିର୍ବାହ କରିବା ସହିତ ରେଳ ପରାମର୍ଶଦାତା ଷ୍ଟାଣ୍ଡିଙ୍ଗ୍‌ କମିଟିର ସଭ୍ୟଭାବେ କାର୍ୟ୍ୟ କରିଥିଲେ । ଅନାଦି ଚରଣ ଦାସଙ୍କ ପରଲୋକରେ କଂଗ୍ରେସ, ବିଜେପି, ବିଜେଡି଼ ଦଳର ପ୍ରମୁଖ ନେତୃମଣ୍ଡଳି ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ