Masthead

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଣ୍ଡବିହୀନ ମହିଳାଙ୍କ ମିଳିଲା ପରିଚୟ । ଭୁବନେଶ୍ୱରରୁ ୪୦-୫୦ କିଲୋମିଟର ଦୂରେ ହତ୍ୟା କରାଯାଇଥିବା ସନ୍ଦେହ । ୪୦ କିମି ଦୂରକୁ ଆଣି ଅନ୍ଧାରୁଆ ଦାସପୁରରେ ଫିଙ୍ଗାଯାଇଥିଲା ମୃତଦେହ । ପ୍ରମାଣ ନଷ୍ଟ ପାଇଁ ଏଭଳି ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଥିବା ସୂଚନା ମିଳିଛି । ଡ଼ିଜିଟାଲ ଫିଙ୍ଗରପ୍ରିିଣ୍ଟ ରୁ ପରିଚୟ ମିଳିଥିବା ସୂଚନା । ଭୁବନେଶ୍ୱର ବାହାରେ ମହିଳାଙ୍କୁ ହତ୍ୟା କରାଯାଇଛି ।

ପରିଚୟ ପାଇବା ପରେ ପୋଲିସର ତଦନ୍ତ ଯୋରଦାର କରିଛି । ଖୁବଶୀଘ୍ର ପ୍ରେସମିଟ୍ କରି ସୂଚନା ଦେବ ପୋଲିସ । ଏନେଇ ଅଧିକ ତଥ୍ୟ ଓ ପ୍ରମାଣ ଖୋଜା ଚାଲିଛି । ସେପଟେ ହତ୍ୟା କରାଯାଇଥିବା ସ୍ଥାନକୁ ଗଲା ପୋଲିସର ସ୍ପେଶାଲ ଟିମ୍ । ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଂଟ ମ୍ୟାଚିଂ କରିବାକୁ ଯୋଜନା କରାଯାଇଥିବା ଗତକାଲି କମିିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ରାଜଧାନୀ ଭବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଉକ୍ତ ମହିଳାଙ୍କର ମୁଣ୍ଡବିହୀନ ଶବ ମିଳିଥିଲା । ବର୍ତମାନ ମହିଳାଙ୍କ ପରିଚୟ ମିଳିଥିବା ବେଳେ ଆଗାମୀ ସମୟରେ ପରିଚୟ ପ୍ରକାଶ କରାଯିବ ବୋଲି କହିଛି କମିଶନରେଟ୍ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ