Masthead

ଗୋଟିଏ ଦିନରେ ୩୨ କୋଟି ୮୭ ଲକ୍ଷ ଟଙ୍କା ସଂଗ୍ରହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବାକୁ ଥିବାବେଳେ ସେ ‘ଟ୍ରମ୍ପ୍ କ୍ୟାମ୍ପେନ୍’ ଆରମ୍ଭ କରିଛନ୍ତି । ଏହି ପ୍ରେସିଡେନ୍ସିଆଲ କ୍ୟାମ୍ପେନ ଲଢ଼ିବା ପାଇଁ ପାଣ୍ଠି ସଂଗ୍ରହ ଅଭିଯାନରେ ଗତ ୨୪ ଘଣ୍ଟାରେ ସେ ୪ ନିୟୁତ ଡଲାର ବା ପ୍ରାୟ ୩୨ କୋଟି ୮୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଏହି କ୍ୟାମ୍ପେନରେ ସାମିଲ ହେବାକୁ ବହୁ ସଂଖ୍ୟାରେ ଲୋକଙ୍କ ପାଖକୁ ଇମେଲ ପଠାଯାଇଛି । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ସମ୍ଭାବ୍ୟ ଗିରଫଦାବିକୁ ଦୃଷ୍ଟିରେ ରଖି ତାଙ୍କ ଘର, ଟ୍ରମ୍ପ ଟାୱାର ଓ ମ୍ୟାନହାଟନ୍ କୋର୍ଟ ବାହାରେ କାଡ଼ା ସୁରଡ଼ା ବ୍ୟବସ୍ଥା କରାଯାଇଛି ।

ନ୍ୟୁୟର୍କର ମ୍ୟାନହାଟନ୍ ଗ୍ରାଣ୍ଡ ଜୁରି ‘ହଶ ମନି’ ମାମଲାରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ଥ କରିବା ସପକ୍ଷରେ ଭୋଟ ଦେବା ଏବଂ ତାଙ୍କ ବିରୋଧରେ କ୍ରିମିନାଲ କେସ୍ ଚାଲିବା ନେଇ ସ୍ପଷ୍ଟ ହେବାପରେ ଟ୍ରମ୍ପଙ୍କ ସମର୍ଥକ ମାନେ ଉତ୍ତେଜିତ ହୋଇପଡିଛନ୍ତି । ଫ୍ଲୋରିଡ଼ା ସ୍ଥିତ ଟ୍ରମ୍ପଙ୍କ ଘର ବାହାରେ ସମର୍ଥକଙ୍କ ଭିଡ଼ ଜମିଥିଲ । ଅନେକ ରିପବ୍ଲିକାନ୍ ସମର୍ଥକ ହ୍ୱାଇଟ୍ ହାଉସ ବାହାରେ ‘ସେଭ ଆମେରିକାନ’ ସ୍ଲୋଗାନ ଲେଖାଥିବା ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିଲେ । ଦେଶବ୍ୟାପୀ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପୋଲିସକୁ ସତର୍କ କରାଯାଇଛି । ଦେଶର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୨୦୦୬ରେ ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ରଖି ଟ୍ରମ୍ପ୍ ୨୦୨୧୬ ନିର୍ବାଚନ ପୂର୍ବରୁ ତାଙ୍କ ମୁହଁ ବନ୍ଦ ରଖିବାକୁ ଲକ୍ଷ ୩୦ ହଜାର ଡଲାର ଲାଞ୍ଚ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ