Masthead

ଜି-୨୦: ଭବିଷ୍ୟତର ଶିକ୍ଷା, ଦକ୍ଷତା ଉପରେ ଆଲୋଚନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ଚାଲିଛି ଜି-୨୦ ସମ୍ମିଳନୀ । ଆଜି ଅନୁଷ୍ଠିତ ହୋଇଛିଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ୩ୟ ବୈଠକ । ଏହାର ଆୟୋଜନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏଥିରେ ସାମିଲ ହୋଛନ୍ତି ୬୦ରୁ ଅଧ୍ଚଳ ଆନ୍ତର୍ଜାତିକ ପ୍ରତିନିଧି । ଏନେଇ ଆଇଏମଏମଟିରେ ସ୍ୱତନ୍ତ୍ର ସମ୍ମିଳନୀ ଅନୁଷ୍ଟିତ ହୋଇଛି । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ବିକାଶ’ ରହିଛି ଆଜିର ଆଲୋଚନା ଚକ୍ର ।

ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂଗଠନରୁ ମିଳିଥିବା ଇନପୁଟ ଆଧାରରେ ଜି-୨୦ ଶିକ୍ଷାମନ୍ତ୍ରୀମାନଙ୍କର ଘୋଷଣା ନାମାର ଜିରୋ ଡ୍ରାଫ୍ଟ ଉପରେ ବିଚାରବିମର୍ଶ କରିବା ଲାଗି ଏହି ମଞ୍ଚ ସହାୟକ ହେବ । ଆଜିର ଏହି ଆଲୋଚନାରେ ବକ୍ତା ଭାବେ ବ୍ରାଜିଲ, ସ୍ପେନ, ୟୁଏଇ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଋଷ, ଦକ୍ଷିଣ ଆଫି୍ରକା, ମରିସସ୍, ଚୀନ, ବ୍ରିଟେନ, ୟୁନିସେଫ ଏବଂ ଓଇସିଡି ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ର ଶି୩ା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ସଞ୍ଜୟ କୁମାର କହିଛନ୍ତି, ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶ ସାମିଲ ହେବ । ଏବେ ଏହା ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସାମିଲ ଥିବା ବେଳେ ଆଗକୁ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଯାଏଁ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି