Masthead

ଗାନ୍ଧୀଙ୍କ ଆଗମନ ଓ ଶତବାର୍ଷିକୀ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଗାନ୍ଧୀ ଓ ଓଡିଶା । ଉଭୟଙ୍କ ମଧ୍ୟରେ ରହିଛି ନିବିଡ ସମ୍ପର୍କ । ଗାନ୍ଧୀ ତାଙ୍କ ଜୀବନ କାଳମଧ୍ୟରେ ୮ ଥର ଆସିଛନ୍ତି ଓଡିଶା । ବିଶେଷକରି ସ୍ୱାଧିନତା ସଂଗ୍ରାମ ବେଳେ ଏକାଧିକବାର ଓଡିଶା ଆସିଛନ୍ତି ଗାନ୍ଧୀ । ଯାହାକୁ ମନେ ପକାଇ ରାଜ୍ୟ ପାଳନ କରୁଛି ଗାନ୍ଧୀଙ୍କ ଆଗମନର ୧୦୦ ବର୍ଷ ପୂର୍ତ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅନ୍ୟପଟେ ଗାନ୍ଧୀଙ୍କ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଉଠିଥିବା ବିବାଦର ପଡିଛି ପୂର୍ଣ୍ଣଛେଦ । ଗାନ୍ଧୀଙ୍କ ଓଡିଶା ଆଗମନ ସମୟରେ କେବେ ବି ଶ୍ରୀମନ୍ଦିର ଯାଇନାହାନ୍ତି ବୋଲି କିଛି ଦିନ ତଳେ କହିଥିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ନେଇ ଦେଖାଦେଇଥିଲା ବାଦାନୁ ବାଦ ।

ଯାତ୍ରୀ ପଞ୍ଜିକାର ପୃଷ୍ଠା, ଯାହାକି ୧୯୨୧ ମାର୍ଚ୍ଚ ୨୬ରେ ଗୁଜରାଟୀ ଭାଷାରେ ଲେଖାଯାଇଛି । ଯେଉଁଥିରେ ରହିଛି ମହାତ୍ମା ଗାନ୍ଧୀଙ୍କ ସ୍ୱାକ୍ଷର । ମହାତ୍ମାଗାନ୍ଧୀ ୧୯୨୧ ମାର୍ଚ୍ଚ ୨୩ରେ କଟକରେ ପହଞ୍ଚି ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ସଭା କରିଥିଲେ । ମାର୍ଚ୍ଚ ୨୬ରେ ଗାନ୍ଧୀ ପୁରୀ ଏକ୍ସପ୍ରେସରେ ଯାଇ ପହଞ୍ଚିଥିଲେ ପୁରୀରେ । ୨୦ହଜାରରୁ ଅଧିକ ଲୋକ ଗାନ୍ଧୀଜୀଙ୍କୁ ରେଳଷ୍ଟେସନରେ କରିଥିଲେ ସ୍ୱାଗତ । ଅନ୍ୟପଟେ ତତକାଳୀନ ପୁରୀ ରାଜା ହାତୀ,ଛତ୍ରୀ ଓ ଘୋଡା ଆଣି ଗାନ୍ଧୀଜୀଙ୍କୁ କରିଥିଲେ ସ୍ୱାଗତ । ଗାନ୍ଧୀଙ୍କ ସହିତ କସ୍ତୁରବା ଓ ତାଙ୍କ ପୁଅ ଓ ଭଣଜାଙ୍କ ସମେତ ବହୁ କଂଗ୍ରେସ କର୍ମୀ ରହିଥିଲେ ।

ସେହି ଦିନ ପରିବାର ସହ ଗାନ୍ଧୀ କରିଥିଲେ ମହାପ୍ରଭୁଙ୍କୁ ଦର୍ଶନ । ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଗୁଜୁରାଟ ରାଜ୍ୟ ଯାତ୍ରୀ ପୂଜକ ରଘୁନାଥ ଗୋଚ୍ଛିକାର । ସେ କହିଛନ୍ତି ମୋ ଜେଜେବାପା ଗୋପିନାଥ ଗୋଛିକାର ଗାନ୍ଧୀଙ୍କୁ ଠାକୁରଙ୍କ ଦର୍ଶନରେ କରିଥିଲେ ସହାୟତା । ଯାହାକି ଶ୍ରୀମନ୍ଦିର ଯାତ୍ରୀ ପଞ୍ଜିକାରେ ହୋଇଛି ଲିପିବଦ୍ଧ । ଯାତ୍ରୀ ପଞ୍ଜିକାରେ ରହିଛି ଗାନ୍ଧୀଙ୍କ ସ୍ୱାକ୍ଷର । ସେଦିନ ସନ୍ଧ୍ୟାରେ ଶରଧାବାଲିରେ ଆୟୋଜିତ ସଭା । ଯେଉଁଥିରେ ୫୦ ହଜାର ଲୋକ ହୋଇଥିଲେ ସାମିଲ । ଯାହାକି ଭିନ୍ନ ଏକ ରଥଯାତ୍ରାର ଭ୍ରମ ସୃଷ୍ଟି କରିଥିଲା । ୨୬ ଓ୨୭ତାରିଖ ଦୁଇ ଦିନ ପର୍ଯ୍ୟନ୍ତ ଗାନ୍ଧୀଜୀ ଗୋପାଳକୋଠିରେ ରହି ଓଡ଼ିଶାରେ ମୁକ୍ତି ସଂଗ୍ରାମର ଚିତ୍ର ଆଙ୍କିଥିଲେ । ଓଡିଶାକୁ ଗାନ୍ଧୀ ୧୯୨୧ରେ ପ୍ରଥମଥର ପାଇଁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI