Masthead

ଟିକା ଦିଅନ୍ତୁ, ଟିଭି ଓ ମୋବାଇଲ ଭଳି ପୁରସ୍କାର ନିଅନ୍ତୁ 

ଇମ୍ଫାଲ(ବଡ଼ ଖବର ବ୍ୟୁରୋ):    ଟିକାକରଣକୁ ନେଇ ଏବେ ଏକ ନୂଆ ସ୍କିମ ବଜାରକୁ ଆସିଛି । ଟିକା ଦେବାକୁ ଲୋକଙ୍କ ମନରେ ଉତ୍ସାହ ଆଣିବା ପାଇଁ ଏହି ନୂଆ ଯୋଜନା ଆରମ୍ଭ ହୋଇଛି । ଖାଲି ଏତିକି ନୁହେଁ ଟିକା ନେଲେ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ । ଟିକା ଦେଲେ ମିଳିବ ଟିଭି ଓ ମୋବାଇଲ ଫୋନ । ତେବେ ମଣିପୁରରେ ଏଭଳି ଅଦ୍ଭୁତ ନୂଆ ଯୋଜନା ଆରମ୍ଭ ହୋଇଛି । ମଣିପୁର ଇମ୍ଫାଲର ପଶ୍ଚିମ ଜିଲ୍ଲାରେ ଏକ ମେଗା ଟିକାକରଣ ଶିବିର ଆୟୋଜନ କରାଯାଇଛି ।

ଏହି ଶିବିରରେ ଯେଉଁମାନେ କୋଭିଡ ୧୯ ଟିକା ନେବେ ସେମାନଙ୍କୁ ଏଭଳି ପୁରସ୍କାର ଦିଆଯିବ । ସେମାନଙ୍କୁ ଟେଲିଭିଜନ, ମୋବାଇଲ, କିମ୍ବା କମ୍ବଳ ଜିତିବାର ସୁଯୋଗ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି । ଏ ନେଇ ଏକ ନାରା ମଧ୍ୟ ପ୍ରସ୍ତୁତ ହୋଇଛି । ‘ଏକ ଟିକା ଦିଅ, ପୁରସ୍କାର ନିଅ’ ସ୍ଲୋଗାନ ଦେଇ ଏକ ମେଗା ଟିକାକରଣ  ସହ ବମ୍ପର ଡ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଶାସନ ନିଷ୍ପତି ନେଇଛି ।

ଅକ୍ଟୋବର ୨୪, ଅକ୍ଟୋବର ୩୧ ଏବଂ ନଭେମ୍ବର ୭ରେ ଜିଲ୍ଲାର ତିନୋଟି କେନ୍ଦ୍ରରେ ଏହି ଟିକାକରଣ ଶିବିର ଆୟୋଜନ କରାଯିବ । ଏ ନେଇ ଇମ୍ଫାଲ ପଶ୍ଚିମ ଜିଲ୍ଲା ଡେପୁଟି କମିଶନର ଟିଏଚ.କିରଣକୁମାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁମାନେ ଏହି ତିନୋଟି କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ । ପ୍ରଥମ ପୁରସ୍କାର ଭାବେ ଟିଭି ରହିଛି, ଦ୍ୱିତୀୟଟି ମୋବାଇଲ ଫୋନ ଏବଂ ତୃତୀୟଟି କମ୍ବଳ ରହିଛି ।

୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି କରୋନା ଟିକାକରଣର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ ନେଲେ ଏହି ପୁରସ୍କାର ଜିତିପାରିବେ ବୋଲି କୁହାଯାଇଛି ।  ସୂଚନା ଅନୁଯାୟୀ, ଭାରତରେ ଟିକାକରଣ ଦୃତ ଗତିରେ ଚାଲିଛି । ଏ ଯାଏଁ ୯୭,୬୫,୮୯,୫୪୦ ଲୋକଙ୍କୁ ଟିକା ଦିଆ ସରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ