Masthead

କଟକର ତାରକସି ସାମଗ୍ରୀକୁ ମିଳିବ GI ଟ୍ୟାଗ୍

କଟକ (ବଡ଼ ଖବର ବ୍ୟୁରୋ): କଟକର ତାରକସି ସାମଗ୍ରୀକୁ ଖୁବଶୀଘ୍ର ମିଳିବ ଜିଆଇ ଟ୍ୟାଗ୍ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାନ୍ୟତା ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିଛି ଓଏସଆଇସି । କଟକର ତାରକସି ସାମଗ୍ରୀ ବିଶ୍ବ ବଜାରରେ ବଢିବ ଚାହିଦା । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର, ବଢିବ ରୋଜଗାର । ସରକାରଙ୍କ ଏଭଳି ଉଦ୍ୟମକୁ ସ୍ବାଗତ କରିଛନ୍ତି ତାରକସି କାରିଗର ।

ତାରକସି କାରିଗରଙ୍କ ପାଇଁ କଟକରେ ସ୍ବତନ୍ତ୍ର ମାର୍କେଟ କରିବାକୁ ସରକାର ଯୋଜନା କରିଛନ୍ତି । କାରିଗର କୁଳର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତାରକସି କାମକୁ ଜିଆଇ ମାନ୍ୟତା ପାଇଁ ସରକାରଙ୍କ ତତ୍ପରତା ଏହାକୁ ପ୍ରମାଣିତ କରୁଛି । ଏଭଳି ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଏହା ସହିତ କଟକ ବାରବାଟି ବିଧାୟକ ମଧ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ