Masthead

ବନ୍ଦ ରହିବ ଟ୍ରକ ଚଳାଚଳ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲିଘାଟର ୱାଇ ଫାର୍ମ ଠୁ ଆରମ୍ଭ କରି ଟ୍ରକର ସମସ୍ତ କାଗଜପତ୍ର ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ବିଭିନ୍ନ ଆଳ ଦେଖାଇ ମୋଟା ଅଙ୍କର ଫାଇନ ଆଦାୟ କରୁଛନ୍ତି। କୋଠଯୋଡ଼ି, କୁଆଖାଇ ନଦୀରୁ ସ୍ୱୀକୃତୀପ୍ରାପ୍ତ ବାଲିଘାଟରୁ କଟକ ଓ ଭୁବନେଶ୍ୱରର ୬ଟି ଟ୍ରକ ମାଲିକ ସଂଘର ୪୦୦ରୁ ଉଦ୍ଧ୍ୱର୍ ଗାଡି ଉପରେ ଜିଲ୍ଲା ପ୍ରଶାସନର କୁଦୃଷ୍ଟି ପଡିଛି । ଜିଲ୍ଲା ପ୍ରଶାସନ ଜାଣିଶୁଣି ଟ୍ରକ ମାଲିକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି।

ଆଜି ବାରଙ୍ଗ ଟ୍ରକ ମାଲିକ ସଂଘ ପକ୍ଷରୁ ବାରଙ୍ଗ ଥାନା ନିକଟସ୍ଥ ଟ୍ରକ ଗୃହରେ କୁହାଯାଇଛି ଯେ, ‘ଆମ ପାଖରେ ବାଲି ଉଠାଣ ପାଇଁ ୱାଇଫର୍ମ ସମେତ ଗାଡିର ସମସ୍ତ କାଗଜପତ୍ର ଅଛି। କିନ୍ତୁ ପ୍ରଶାସନ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିବାରେ ଲାଗିଛନ୍ତି। ଏ ଭଳି ସମସ୍ୟା ଲାଗିରହିବାରୁ ଗାଡ଼ି ମାଲିକମାନେ ସର୍ବସ୍ୱାନ୍ତ ହୋଇ ପଡ଼ିଲେଣି । ବ୍ୟାଙ୍କରୁ ଆଣିଥିବା ଋଣ ସୁଝିପାରୁ ନାହାନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସାନକୁ ମାସିକ ଲକ୍ଷ ଲକ୍ଷ ଟଙ୍କାର ବଟି ଦେଲେ ସବୁ ଗାଡ଼ି ଠିକ ଠାକ ଚାଲି ପାରିବ । ଏହି ସମସ୍ୟାର ସମାଧାନ ନ ହେଲେ କଟକ, ବାଙ୍କୀ, ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ବାରଙ୍ଗ ଟ୍ରକ୍ ମାଲିକମାନେ କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଠାରୁ ଧାରଣା ଦେବେ । ଏପରିକି ସଂଘର ସମସ୍ତ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କାର୍ୟ୍ୟକାରୀ ସଭାପତି ନିରଞ୍ଜନ ସାହୁ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା