ଆମ ସ୍କୁଲ ଆମକୁ ଫେରେଇ ଦିଅ

ବେଗୁନିଆ (ବଡ଼ ଖବର ବ୍ୟୁରୋ):ବିଦ୍ୟାଳୟ ମିଶ୍ରଣଙ୍କୁ ଗ୍ରାମବାସୀଙ୍କ ଵିରୋଧ । ବିପଦ ସଂକୁଳ ରାସ୍ତାରେ ପିଲାକୁ ଅନ୍ୟ ସ୍କୁଲକୁ ଛାଡିବେ ନାହିଁ ବୋଲି ଅଭିଭାବକଙ୍କ ଜିଦ । ଆମ ସ୍କୁଲ ଆମକୁ ଫେରେଇ ଦିଅ । ଆମେ ପାଠପଢ଼ା ଛାଡ଼ିଦେବୁ ପଛେ ଜଙ୍ଗଲ ଦେଇ ଅନ୍ୟ ଗାଁ ସ୍କୁଲକୁ ପଢିବାକୁ ଯିବୁନାହିଁ । ଏମିତି ଜିଦଧରି ବସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋଲାପଟଣା ଗ୍ରାମର କୁନିକୁନି ଛାତ୍ରଛାତ୍ରୀ।୧୯୫୪ ମସିହାରେ ନିର୍ମିତ ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

୪୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢ଼ୁଥିବା ବେଳେ କମ ଉପସ୍ଥାପନ ଦେଖାଇ ଏହାକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଇଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଏହି ସ୍କୁଲରେ ୪୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ସରକାର ସବୁ ଜାଣିମଧ୍ୟ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଗ୍ରାମର ସ୍କୁଲକୁ ଯିବାକୁ ହେଲେ ଗୋଲାପାଟଣା ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ରାସ୍ତାଦେଇ ଯିବାକୁ ପଡ଼ିବ।

ଆଉ ଛୋଟ ଛୋଟ ପିଲାଙ୍କୁ ଏମିତି ବିପଦ ସଂକୁଳ ରାସ୍ତାରେ କିପରି ଛାଡିବେ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଜିଦ ଜଙ୍ଗଲ ଦେଇ ଅନ୍ୟ ସ୍କୁଲକୁ ଯିବେନାହିଁ। ତେବେ ବେଗୁନିଆ ବ୍ଲକ ଶିକ୍ଷା ଅଧିକାରୀ କିଛି କହିପାରିବେନି ବୋଲି କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ବେଳେବେଳେ ସାଧାରଣ ଲୋକଙ୍କୁ ଅବସୁବିଧାରେ ପକାଇଥାଏ । ଯେମିତି ଗୋଲାପାଟଣା ଗାଁ ଲୋକେ ତାତିଛନ୍ତି । ବାସ୍ତବ ସମସ୍ୟା ଅନୁଧ୍ରାନ କରି ସମାଧାନ କରିବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!