Masthead

ଯେଉଁଠି ଭୋଟ ଦେଇଥିଲ ସେଇଠି ଯାଇ ଟିକା ନିଅ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଯେଉଁଠି ଭୋଟ ଦେଇଥିଲ ସେଇଠି ଯାଇ ଟିକା ନିଅ । ସେମାବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ଗଣଟିକାକରଣ ଆରମ୍ଭ କରିଛନ୍ତି । ଏଥିରେ ଲୋକମାନଙ୍କୁ ଟିକା ନେବାକୁ କହିଛନ୍ତି କେଜ୍ରୱାଲ । ତେବେ ନିର୍ବାଚନ ବେଳେ ଯେଉଁ ବୁଥକୁ ଯାଇ ଭୋଟ ଦେଇଥିଲେ ସେଠାକୁ ଯାଇ ଟିକା ନେଇ ପାରିବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଭୋଟ ଯେଉଁଠି ଟିକା ସେଇଠି ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି କେଜ୍ରିୱାଲ । ସେହିପରିରି ଖୁବ କମ ଦିନମଧ୍ୟରେ ଘରକୁ ଘର ବୁଲି ଟିକାକରଣ ମଧ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଗାମୀ ୪ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦେବା ନିମନ୍ତେ ସରକାର ଲକ୍ଷ୍ୟ ଧାର୍ୟ୍ୟ କରିଥିବା କଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।

ଟିକାକରଣ କେନ୍ଦ୍ରମାନଙ୍କରେ ଲୋକ ହେଉ ନ ଥିବା କଥା ଲକ୍ଷ୍ୟ କରି କେଜ୍ରିୱାଲ୍‌ କହିଲେ ଯେ, ଗଣ ପ୍ରଚାର ଅଭିଯାନ ସୁବିଧା କରିବା ପାଇଁ ଏବେ ଦିଲ୍ଲୀ ସରକାର ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ମୁତୟନ କରିବେ। ୭୦ଟି ୱାର୍ଡର ବୁଥ୍‌ସ୍ତରୀୟ ଅଧିକାରୀମାନେ ଆଗାମୀ ଦୁଇ ଦିନ ଧରି ସମସ୍ତଙ୍କ ଘରକୁ ଯାଇ ଟିକାର ପ୍ରଥମ ଡୋଜ୍ ଦେବା ପାଇଁ ବ୍ୟବସ୍ଥା କରିବେ। ଉଲ୍ଲେଖଯୋଗ୍ୟ, ଆଜି ଠାରୁ ଦିଲ୍ଲୀରେ ‘ଅନ୍‌ଲକିଙ୍ଗ୍’ ପ୍ରକ୍ରିୟା ଆରମ୍ଭ ହେବା ପରେ ଲୋକେ ଯେ’ଯାହାର କାର୍ୟ୍ୟସ୍ଥଳୀକୁ ଯିବା ଆରମ୍ଭ କରିବାରୁ ରାସ୍ତାଘାଟରେ କେତେକ କାର୍, ଦୁଇଚକିଆ ଯାନ, ଅଟୋ-ରିକ୍ସା ଏବଂ ସ୍ବଳ୍ପ ବସ୍ ଚଳାଚଳ କରିଥିବା ଦେଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି