Masthead

ଆକାଶ ଛୁଆଁ ସୁନା ଦର, ଲକ୍ଷେ ଟପିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୁ ହୁ ବଢିବାରେ ଲଗିଛି ସୁନା ଦର । ରେଟରେ ଲାଗୁନି ବ୍ରେକ୍ । ୮୦ ହଜାର ପାର ସୁନା ଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି। ଆଗକୁ ସୁନା ଦର ୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି। ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ୬୦୦ ଟଙ୍କା ।

ନୂଆ ଦିଲ୍ଲୀରେ ଏବେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୮୮ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି। ଭୁବନେଶ୍ବରରେ ଏବେ ୮୭ ହଜାର ୭୦ ଟଙ୍କା ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍‌ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି। ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠାରୁ ସୁନା ମୂଲ୍ୟ ବଢିବାରେ ଲାଗିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ