Masthead

ଭୂତ ନାଁରେ ଉଠୁଛି ଖାଉଟି ସାମଗ୍ରୀ

ନାଉଗାଁ, (ବଡ଼ ଖବର ବ୍ୟୁରୋ): ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଖାଉଟି ସାମଗ୍ରୀ ପ୍ରଦାନ କରୁଛନ୍ତି ସରକାର। ଏହି ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ଵରେ ସ୍ୱୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ଓ ବ୍ୟକ୍ତିଗତ ଡିଲର ମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି। କିନ୍ତୁ କିଛ଼ି ଅସାଧୁ ଡିଲର ମୃତ ବ୍ୟକ୍ତିଙ୍କ ନାମରେ ଖାଉଟି ସାମଗ୍ରୀ ହଡ଼ପ କରୁଥିବା ସୂଚନା ମିଳିଛି। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର ସଠଳପୁର ଗ୍ରାମରୁ । ଉକ୍ତ ଗ୍ରାମର କୁଇନ ରାଉତଙ୍କ କ୍ଷେତ୍ରରେ ଏଭଳି ଅଭିଯୋଗ ଦେଖିବାକୁ ମିଳିଛି। କୁଇନଙ୍କ କହିବା ଅନୁସାରେ ସରକାରଙ୍କ ପ୍ରଦତ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କ ପରିବାରକୁ ବାଦ୍ ଦିଆଯାଇଅଛି । ବାରମ୍ବାର ଆବେଦନ କରିବା ସତ୍ତ୍ଵେ ବି ତାଙ୍କ ପରିବାରର ନାମକୁ ତାଲିକା ଭୁକ୍ତ କରାଯାଇନାହିଁ।

କୁଇନ୍ ଜଣେ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ତାଙ୍କ ଶଶୁର ଭୀମସେନ ରାଉତଙ୍କ ନାମରେ ଏକ ଖାଉଟି କାର୍ଡ ରହିଥିଲା ଓ ଉକ୍ତ କାର୍ଡରେ କୁଇନ ତାଙ୍କ ପରିବାରଙ୍କୁ ସଂଯୋଗ କରିବା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କିଛ଼ି ଫଳପ୍ରଦ ହୋଇନାହିଁ । କୁଇନଙ୍କ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାନଯାଇ ତାଙ୍କ ମୃତ ଶାଶୁ ଓ ଶଶୁରଙ୍କ ନାଁରେ ଖାଉଟି ସାମଗ୍ରୀ ହଡ଼ପ କରୁଥିବା ଡିଲରଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଇନ ପ୍ରଶାସନ ନିକଟରେ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ଵରେ ବେଲବଣ ସ୍ଵଂୟ ସହାୟିକା ଗୋଷ୍ଠୀ ରହିଛି । କିନ୍ତୁ ଉକ୍ତ ଗୋଷ୍ଠୀ ନାମକୁ ମାତ୍ର ରହିଥିବା ବେଳେ ସମ୍ପାଦିକାଙ୍କ ସ୍ଵାମୀ ସମସ୍ତ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ଵ ତୁଲାଉ ଥିବା ଅଭିଯୋଗ ହେଉଛି। ଘଟଣା ବିଷୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ ଅଭିଯୋଗ ଆସିଛି, ତଦନ୍ତ କରାଯାଇ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି