ଦିନେ ଥିଲେ ନବୀନଙ୍କ ଖାସ୍, ଆଜି କଂଗ୍ରେସ ସାଥୀରେ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିଛନ୍ତି । ବିଜୟଙ୍କ କଂଗ୍ରେସରେ ମିଶିବା ହିଁ ରାଜନୈତିକ ଦୃଷ୍ଟିରୁ ବେଶ ଚର୍ଚ୍ଚାର ବିଷୟ । କାରଣ ଆଜିକା ସମୟରେ ଓଡ଼ିଶାରେ କଂଗ୍ରେସର ବିଶେଷ ସମ୍ଭାବନା ନାହିଁ । କିନ୍ତୁ ବିଜୟଙ୍କ ଭଳି ଅନୁଭବୀ ପ୍ରଶାସକ କଂଗ୍ରେସ ଚୟନ କଲେ । ପୂର୍ବରୁ ବହୁ ପୂର୍ବତନ ପ୍ରଶାସକ, ଆଇଏସ ଅଫିସର ରାଜନୀତିକୁ ଓହ୍ଲାଇଛନ୍ତି । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଏହା କିଛି ନୂଆ କଥା ନୁହେଁ ।

ତେବେ ବିଜୟ ପଟ୍ଟନାୟକ ହେଉଛନ୍ତି ଏମିତି ଜଣେ ଆଇଏସ ଅଫିସର ଯିଏକି ଦିନେ ନବୀନ ପଟ୍ଟନାୟକଙ୍କର ଖାସ୍, ବିଶ୍ଵସ୍ତ ଆଇଏସ ଅଫିସର ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ସେହି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଏବେ ବି ଶାସନରେ ଅଛି । ଠିକ ସେତିକିବେଳେ ବିଜୟ କଂଗ୍ରେସରେ ଖାଲି ମିଶିନାହାନ୍ତି, ରାଜ୍ୟରେ କୁଶାସନ ଚାଲିଥିବା କହିବା ସହ ସରକାରଙ୍କୁ ସମାଲୋଚନା କରିବା ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜୟ ପଟ୍ଟନାୟକ ଯିଏ ୧୯୭୬ ବ୍ୟାଚର ଆଇଏଏସ ଅଫିସର ୨୦୧୦ରୁ ୨୦୧୩ ଯାଏଁ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଥିଲେ । ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନସିପାଲ ସେକ୍ରେଟେରି ମଧ୍ୟ ଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଖୁବ ପାଖଲୋକ ଥିଲେ ବିଜୟ । ସେ ମୁଖ୍ୟ ଶାସନ ସଚିବ ଥିଲା ବେଳେ ପୂର୍ବତନ ପ୍ରଶାସକ ପ୍ୟାରୀମୋହନ ମହାପାତ୍ର ଯିଏ ସେତେବେଳେ ବିଜେଡିର ସମସ୍ତ କଥା ବୁଝୁଥିଲେ ତାଙ୍କ ସହ ବହୁ ସମୟରେ କ୍ଷମତା ଲଢେଇ କଥା ମଧ୍ୟ ସାମ୍ନାକୁ ଆସୁଥିଲା ।

ପ୍ୟାରୀ ବାବୁ ଦଳରୁ ବିଦା ହେବା ପରେ ବିଜୟଙ୍କ କ୍ଷମତା ଖୁବ୍ ବଢ଼ିଥିଲା ବୋଲି ମଧ୍ୟ କୁହାଯାଏ । ପରବର୍ତ୍ତୀ ସମୟରେ ଅବସର ନେବା ପରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କିନ୍ତୁ ଦିନେ ସିଏମଓ, ମୁଖ୍ୟମନ୍ତ୍ରୀଙ୍କ ଅତି ବିଶ୍ଵସ୍ତ ଥିବା ବିଜୟ ଧୀରେ ଧୀରେ ପାୱାର କରିଡରରୁ ଦୂରେଇ ଗଲା ଭଳି ଲାଗିଲା । ପୂର୍ବରୁ ମଧ୍ୟ ସେ ରାଜନୀତିକୁ ଆସିବାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!