Masthead

ବଂଚିବା ପାଇଁ କରୁଛନ୍ତି ସଂଘର୍ଷ, ହେଲେ ମନରୁ ଲିଭିନି ବଡ଼ ମଣିଷ ହେବାର ଆଶା

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ଥମୁନି ବଧୂ ନିର୍ଯାତନା । ବିଛଣାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଛନ୍ତି ରଶ୍ମିତା । ବଂଚିବା ପାଇଁ କରୁଛନ୍ତି ସଂଘର୍ଷ । ହେଲେ ମନରୁ ଲିଭିନି ବଡ଼ ମଣିଷ ହେବାର ଆଶା । ସିଭିଲ ସର୍ଭିସ ପାଇଁ କରୁଛନ୍ତି ପ୍ରୟାସ । ଗୁଣୁପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଦୟନୀୟ ଚିତ୍ର । ସବୁ ଝିଅଙ୍କ ଭଳି ମୁଁ ବି ବାହା ହେବି ସ୍ବାମୀଙ୍କ ସହିତ ସୁଖ ସଂସାର ଗଢିବି ବୋଲି ସ୍ବପ୍ନ ଦେଖିଥିଲେ ଗୁଣୁପୁର ଜଗନ୍ନାଥ ନଗର ଜଣେ ଉଚ ଶିକ୍ଷିତ ଝିଅ ରଶ୍ମିତା । କିନ୍ତୁ ତାଙ୍କ ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା । ଶାଶୁ ଘରେ ନିର୍ଯାତନାର ଶୀକାର ହୋଇ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡି ହୋଇ ଚିକିସôା ଜାରି ରହିଥିଲେ ମଧ୍ୟ ନିଜ ଗୋଡ ରେ ନିଜେ ଛିଡା ହେବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଗୁଣୁପୁରରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ।

ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଜଗନ୍ନାଥ ନଗର ବାସିନ୍ଦା ହେଉଛନ୍ତି ରାମେଶ୍ବର ପାଣିଗ୍ରାହୀ । ସ୍ବାମୀ ସ୍ତ୍ରୀ ଉଭୟ ପେଷାରେ ଶିକ୍ଷକ । ପରିବାର କହିଲେ ସ୍ବାମୀ , ସ୍ତ୍ରୀ ଆଉ ଦୁଇ ଝିଅ । ବଡ ଝିଅ ହେଉଛନ୍ତି ରଶ୍ମିତା । ଶିକ୍ଷାଗତ ଯୋଗ୍ୟତା ଏମଏସସି । ୨୦୧୫ ମସିହାରେ ରଶ୍ମିତା ପଦ୍ମପୁର ଅଂଚଳର ରାମ ଚନ୍ଦ୍ର ପାଢୀଙ୍କୁ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ସାଂସାରିକ ଜୀବନ ଠିକ ଠାକ ଚାଲିଥିଲା । ବାପା ମା କହିଛନ୍ତି ଝିଅ ବାହାଘର ଝୋଟିଚିତା ମଧ୍ୟ ଏ ଯାଏଁ ଲିଭି ନାହିଁ ଆସି ଯାଇଛି ଏ ବଡ ବିପତ୍ତି । କୋହକୁ ସମ୍ଭାଳି ପାରୁ ନାହାନ୍ତି ଝିଅର ବାପା ଆଉ ମା।

ବାହା ହେବାର ଦୁଇ ବର୍ଷ ପରେ ରଶ୍ମିତାଙ୍କୁ ଶାଶୁ ଘର ପକ୍ଷରୁ ଆରମ୍ଭ ହୋଇଥିଲା ନିର୍ଯାତନା । ଆଉ ଏହି ନିର୍ଯାତନା ୨୦୨୨ ମସିହାରେ ଉଗ୍ର ରୂପ ଧାରଣ କରିଥିଲା ଶାଶୁ ଘର ଲୋକେ ରଶ୍ମିତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର ବର୍ଗ । ନିଆଁ ରେ ରଶ୍ମିତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡି ହୋଇ ଯାଇଥିଲା ଫଳରେ ରଶ୍ମିତା ଗୁରୁତର ଭାବେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ପରିବାର ବର୍ଗ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଶ୍ମିତାଙ୍କୁ ଭର୍ତି କରିବା ସହ ପଦ୍ମପୁର ଥାନର ଦ୍ଵାରସ୍ଥ ହୋଇ ତାଙ୍କ ସ୍ବାମୀ ଓ ଦେଢଶୁର ବିରୋଧରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ । ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରସମିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ସ୍ତାନାନ୍ତର ହୋଇଥିଲେ । କଟକରେ ତାଙ୍କ ଦୀର୍ଘ ୮ ମାସରୁ ଉର୍ଦ୍ଧ ଦିନ ଧରି ଚିକିସôା ଜାରି ରହିଥିଲା ତଥାପି ସେ ସମ୍ପୂର୍ଣ ଭାବେ ସୁସ୍ଥ ହୋଇନାହାନ୍ତି ।

ତାଙ୍କର ବେକ , ଓଠ, କାନ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ ଅଙ୍ଗ ପୋଡି ଯାଇଥିବାରୁ ପୁଣି ଦୁଇ ବର୍ଷ ପର୍ଯ୍ୟନ୍ତ ରଶ୍ମିତାଙ୍କ ଚିକିସôା ଜାରି ରହିବ ବୋଲି ତାଙ୍କ ବାପା ରାମେଶ୍ବର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ନିର୍ଯାତନା ଶିକାର ହୋଇ ରଶ୍ମିତାଙ୍କ ଶରୀର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଛି ତଥାପି ରଶ୍ମିତା ହାର ମାନି ନାହାନ୍ତି । ନିଜ ଗୋଡରେ ନିଜେ ଛିଡା ହେବା ପାଇଁ ପ୍ରୟାସ ଜାରି ରଖି ଥରେ ସିଭିଲ ସାରଭିସ ପରୀକ୍ଷା ମଧ୍ୟ ଦେଇଛନ୍ତି । ନିଜେ ଲେଖିବାରେ ଅସମର୍ଥ ଯୋଗୁ ସ୍ଵତନ୍ତ୍ର ପରମିସନ ଆଣି ପରୀକ୍ଷା ଦେଇ ଥିଲେ ବୋଲି ବାପା ପ୍ରକାଶ କରିଛନ୍ତି । ବାସ୍ତବରେ ଏହି ମହିଳାଙ୍କ ପ୍ରୟାସ ଅନ୍ୟ ମାନଙ୍କୁ ନିଶ୍ଚୟ ଭାବେ ପ୍ରେରଣା ଯୋଗାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ