Masthead

ଅଭାବ ପାଇଁ ପାଠପଢ଼ାରୁ ବଞ୍ଚିତ ଦିବ୍ୟାଙ୍ଗ

ଜଟଣୀ (ବଡ଼ ଖବର ବ୍ୟୁରୋ): ଅର୍ଥ ଅଭାବରୁ ପାଠ ପଢ଼ାରେ ଲାଗିଲା ଡୋରି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଟଣୀ ପୌର ପରିଷଦ ଅଧିନ ରଘୁନାଥ ନଗରର ବିକାଶ ଦାସଙ୍କ କ୍ଷେତ୍ରରେ । ଜନ୍ମରୁ ସେ ଅନ୍ଧ। ତାଙ୍କର ଦୁଇଟି ଆଖି ନଷ୍ଟ ହୋଇଯାଇଛି ସତ କିନ୍ତୁ ସେ କେବେ ନିଜ ମନକୁ ଦୁର୍ବଳ କରିନାହାନ୍ତି କିମ୍ବା ନିଜକୁ ଅସହାୟ ଭାବି ଅନ୍ୟ ମାନଙ୍କ ଭଳି ବୁଲି ବୁଲି ଭିକ୍ଷା ବୃତ୍ତି କରିନାହାନ୍ତି। ସେ ଭଲ ପାଠ ପଢ଼ି ବଡ଼ ମଣିଷ ହୋଇ ଚାକିରୀ କରି ଲୋକଙ୍କ ସେବା କରିବା ପାଇଁ ଦେଖିଛନ୍ତି ସ୍ୱପ୍ନ। ସେ ବର୍ତ୍ତମାନ ଭୁବନେଶ୍ୱର ଅନ୍ଧ, ମୁକ, ବଧିର ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ଥିବାରୁ ଏବେ ସବୁଠି ଚାଲିଛି ଅନଲାଇନ କ୍ଲାସ କିନ୍ତୁ ଘରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ମୋବାଇଲ କିଣି ଅନଲାଇନ କ୍ଲାସ କରିପାରୁନାହାନ୍ତି ବିକାଶ।

ବାପାଙ୍କ ମୃତ୍ୟୁ ପରେ ମା ରଜନୀ ଡାଲି ମିଲ୍ ରେ କାମ କରି ଯାହା ରୋଜଗାର କରନ୍ତି ଚାରି ପିଲାଙ୍କ ମୁହଁରେ ଦି ମୁଠା ଦାନା ଦେବାକୁ ଅକ୍ଷମ। ବିକାଶ ପାଇଁ ମୋବାଇଲ କିଣିବେ କୋଉଠୁ। ସେଥିପାଇଁ ବିକାଶର ପାଠପଢ଼ାରେ ଲାଗିଛି ଡୋରି। ପୁଅର ଚକ୍ଷୁ ଚିକିତ୍ସା ପାଇଁ ରଜନୀ ବହୁ ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ ବି ଫଳ ଶୂନ୍। ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ର ଅବହେଳା ପାଇଁ ସବୁ ଯୋଜନା ରୁ ବଞ୍ଚିତ ହୋଇଛି ବିକାଶ। ଯଦି କେହି ସହୃଦୟ ବ୍ୟକ୍ତି ବିକାଶକୁ ମୋବାଇଲ ଦେଇ ପାରନ୍ତେ ତେବେ ସେ ଅନଲାଇନ କ୍ଲାସ କରି ଦେଖିଥିବା ସ୍ବପ୍ନକୁ ସାକାର କରିପାରନ୍ତେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି