Masthead

୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ

ତେଲେଙ୍ଗାନା (ବଡ଼ ଖବର ବ୍ୟୁରୋ): ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ଥରେ କିମ୍ବା ଦୁଇଥର ନୁହେଁ, ଏହି ଭଦ୍ରଲୋକ ୨୩୮ ନିର୍ବାଚନରେ ହାରିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଅନେକ ଥର ନିର୍ବାଚନରେ ହାରିଯିବା କାରଣରୁ ସେ ବିଶ୍ୱର ସର୍ବବୃହତ ନିର୍ବାଚନ ହାରିଥିବା ଆଖ୍ୟା ମଧ୍ୟ ପାଇଛନ୍ତି।

କେବଳ ଏତିକି ନୁହେଁ, ଲୋକମାନେ ତାଙ୍କୁ ନିର୍ବାଚନ ରାଜା ବା ଇଲେକ୍ସନ କିଙ୍ଗ ବୋଲି ମଧ୍ୟ କହନ୍ତି। ତାଙ୍କ ନାମ କେ ପଦ୍ମରାଜନ। ୬୫ ବର୍ଷୀୟ ଏହି ଟାୟାର ମରାମତି ଦୋକାନର ମାଲିକ ନିଜ ସହର ମେଟୁରରୁ ୧୯୮୮ରେ ପ୍ରଥମେ ନିର୍ବାଚନ ଲଢିବା ଆରମ୍ଭ କରିଥିଲେ। ସେବେଠାରୁ ପଞ୍ଚାୟତଠୁ ଲୋକସଭା ପର୍ଯ୍ୟନ୍ତ ନିର୍ବାଚନରେ ପ୍ରାର୍ଥୀ ହୋଇଆସୁଛନ୍ତି ପଦ୍ମରାଜନ। ନିର୍ବାଚନରେ ସାଧାରଣ ଲୋକଟିଏ ବି ଭାଗ ନେଇପାରେ, ତାହା ପ୍ରମାଣ କରିବା ପାଇଁ ମୁଁ ଏହି ପ୍ରୟାସ କରୁଥିବା ପଦ୍ମରାଜନ କହିଛନ୍ତି।

ସେ କହିଛନ୍ତି, “ମୋ ପାଇଁ ବିଜୟ ନିର୍ବାଚନରେ ଭାଗନେବାରେ ଅଛି। ବିଫଳ ହେବା ମଧ୍ୟ ଏକ ଖୁସି। କିଏ ଜିତିବ ତାହା ପରବର୍ତ୍ତୀ କଥା। କିଏ ମୋ ବିପକ୍ଷ ପ୍ରତିଦ୍ୱନ୍ଦ୍ୱିତା କରୁଛି ମୁଁ ଖାତିର କରେନି।” ତିନି ଦଶନ୍ଧି ହେବ ନାମାଙ୍କନ ଭରିବା ମଧ୍ୟରେ ପାଖାପାଖି ଏକ ହଜାର ଡଲାର(୮୩,୩୯୫) ଖର୍ଚ୍ଚ କରିଥିବା କହିଛନ୍ତି ପଦ୍ମରାଜନ। ‘ନିର୍ବାଚନ ରାଜା’ ନାମରେ ନାମିତ ପଦ୍ମରାଜନ ୨୦୧୧ରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ମେଟୁରରେ ବିଧାନସଭା ନିର୍ବାଚନ ପାଇଁ ଛିଡା ହୋଇଥିଲେ ଏବଂ ୬,୨୭୩ ଖଣ୍ଡ ଭୋଟ୍ ଜିତିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ