Masthead

ହଟହଟା ପ୍ରଧାନ ଶିକ୍ଷୟତ୍ରୀ

ପୁରୁଷୋତ୍ତମପୁର (ବଡ଼ ଖବର ବ୍ୟୁରୋ): କାର୍ଯ୍ୟରେ ନିୟୋଜିତ ନହୋଇ ହଟହଟା ପ୍ରଧାନ ଶିକ୍ଷୟତ୍ରୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ପି.ଶାନ୍ତିଲତା ପାତ୍ର ନିଯୁକ୍ତି ପାଇଛନ୍ତି । ବହୁଦିନ ଧରି ଜଣେ ଶିକ୍ଷକ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ସରକାରୀ ନୀତିନିୟମ ଓ କାର୍ଯ୍ୟ କରି ଶିକ୍ଷାଦାନ କରିବାରେ ଅସୁବିଧା ଦେଖାଯାଉଥିଲା । ଯାହାର ପ୍ରତିକାର ପାଇଁ ପି.ଶାନ୍ତିଲତା ପାତ୍ରଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ସରକାରୀ ସ୍ତରରେ ନିଯୁକ୍ତି ମିଳିଥିଲା । ପ୍ରଧାନ ଶିକ୍ଷୟତ୍ରୀ ନିଜର ନିଯୁକ୍ତି ପ୍ରମାଣପତ୍ର ନେଇ ବିଦ୍ୟାଳୟରେ ପହଞ୍ଚି ଦାୟିତ୍ୱ ତୁଲାଇବା ନେଇ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଦେଖିବାକୁ ମିଳିଛି । ପୂର୍ବରୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ ନିର୍ଦ୍ଦିଷ୍ଟ କିଛି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ମୂଖ୍ୟ କାରଣ ପାଲଟିଛି ।

ନବନିଯୁକ୍ତ ପ୍ରଧାନ ଶିକ୍ଷୟତ୍ରୀ ଜଣେ ମହିଳା ଓ ଭିନ୍ନକ୍ଷମ ହୋଇଥିବାରୁ ବିଦ୍ୟାଳୟ ତୁଲାଇବା ପାଇଁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ଶିକ୍ଷୟତ୍ରୀଙ୍କୁ ବିରୋଧ କରୁଛନ୍ତି ବୋଲି ପରିଚାଳନା କମିଟି ସଦସ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ବିଦ୍ୟାଳୟ ପରିଚାଳନା କମିଟି କିଛି ସଦସ୍ୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିବା ମତ ଦେଇଥିଲେ । ଜଣେ ମହିଳା ଓ ଭିନ୍ନକ୍ଷମ ପ୍ରଧାନ ଶିକ୍ଷୟିତ୍ରୀ ଏଭଳି ପରିସ୍ଥିତିରେ ଅଣନିଶ୍ୱାସୀ ଭାବେ ଦିନକାଟୁଛନ୍ତି । ସମସ୍ୟାର ସମାଧାନ କରା ନଗଲେ ନବନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆଇନର ଆଶ୍ରୟ ନେବେ ମତ ପ୍ରକାଶ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା