Masthead

କବାଡ଼ିଖାନାରେ ପଡିଛି ଗଦା ଗଦା ଗ୍ୟାସ ସିଲିଣ୍ଡର

(ବଡ଼ ଖବର ବ୍ୟୁରୋ)କବାଡ଼ି ଖାନାରେ ପଡିଛି ଗଦା ଗଦା ଗ୍ୟାସ ସିଲିଣ୍ଡର । ଏ ନେଇ କେନ୍ଦ୍ର ସରକାର ଓ ତାଙ୍କର ଉଜ୍ଜ୍ୱଳା ଯୋଜନାକୁ ଟାର୍ଗେଟ କରିଛି କଂଗ୍ରେସ । ସେପଟେ ରୋଷେଇ ଗ୍ୟାସ ଦାମ ବଢୁଥିବାରୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ସେମାନଙ୍କ ସିଲିଣ୍ଡରକୁ କବାଡ଼ି ଖାନାରେ ବିକ୍ରି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ତେବେ ଏଭଳି ଦୃଶ୍ୟ ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାର ଜବଲପୁରର ଏକ କବାଡ଼ିଖାନାରେ ଦେଖିବାକୁ ମିଳିଛି । ମଧ୍ୟ ପ୍ରଦେଶର କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ ଏହି ଭିଡିଓକୁ ତାଙ୍କର ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି । କମଳ ନାଥ ଲେଖିଛନ୍ତି ଯେ ଭିଣ୍ଡରେ କବାଡ଼ିଖାନାରେ ବିକ୍ରି ହେଉଛି ମୋଦି ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ଗ୍ୟାସ ସିଲିଣ୍ଡର ।

ସେ ଆହୁରି କହିଛନ୍ତି, ଏହି ସ୍ଥିତି ହେଉଛି ଜବଲପୁରର ଯେଉଁଠି କେନ୍ଦ୍ର ଗୃହମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ । ତେବେ ଭିଣ୍ଡ ଜିଲ୍ଲାର ଯୋଗାଣ ଅଧିକାରୀ କହିଛନ୍ତି ଯେ ଖାଲି ଗ୍ୟାସ ସିଲିଣ୍ଡର ଗୁଡିକୁ କବାଡିଖାନାକୁ ବିକ୍ରି କରି ଦିଆଯାଉଥିବା ସଂପର୍କରେ ସେ ଅବଗତ ନାହାନ୍ତି । ତେବେ ଏହି ଘଟଣାର ତଦନ୍ତ କରାଯିବ । ସୂଚନା ଅନୁଯାୟୀ, ଭିଣ୍ଡ ଜିଲ୍ଲାରେ ୨.୭୬ ଲକ୍ଷ ପରିବାର ଏଲପିଜି ସଂଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୧.୩୩ ଲକ୍ଷ ହେଉଛନ୍ତି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ