Masthead

ରାଜାରାଣୀ ବସ୍ତିରେ ଆଶ୍ରା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜାରାଣୀ ବସ୍ତିରେ ସାମାଜିକ ସଂଗଠନ ଆଶ୍ରା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ । ପୋଷଣ ଅଭାବରୁ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେଉଥିବା ପିଲାମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଶିବିରରେ ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନର ପକ୍ଷରୁ ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ଏହି ଅବସରରେ ପିଲାମାନଙ୍କୁ ପୃଷ୍ଠିକର ଖାଦ୍ୟ ବଣ୍ଟନ କରାଯାଇଛି। ପିଲାମାନଙ୍କୁ କ୍ଷୀର ଓ ପୁଷ୍ଟିଯୁକ୍ତ ପାନୀୟ ପିଇବାକୁ ଦିଆଯାଇଥିବା ବେଳେ ଛତୁଆ, ବିସ୍କୁଟ, କେକ ଏବଂ ଫଳ ଇତ୍ୟାଦିରେ ଭରା ୬୫ ପାକେଟ ବଣ୍ଟନ କରାଯାଇଥିଲା ।

ଏହି କାର୍ୟ୍ୟକ୍ରମରେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅନିଲ ଶର୍ମା ଓ ଡାକ୍ତର ଶାଳିନୀ ଦାଶ ଯୋଗଦେଇ ଶିଶୁମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ । ଆଶ୍ରା ଫାଉଣ୍ଡେସନ ଓଡିଶା ଗତ ୨ ବର୍ଷ ଧରି ଏହି କାର୍ୟ୍ୟକ୍ରମ ଆୟୋଜନ କରି ଆସୁଥିବା ସୂଚନା ଦେଇଛନ୍ତି ପ୍ରତିଷ୍ଠାତା ସନ୍ତୋଷ ପଟନାୟକ ଏବଂ ଶ୍ରୀନିବାସ ସାହୁ । ଆଶ୍ରା ଫାଉଣ୍ଡେସନ ସଂସ୍ଥା ଏହି ବସ୍ତିର ୪୨ଟି ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ରାଜାରାଣୀ ବସ୍ତିର ପିଲାମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି ଶିକ୍ଷା। ଅଧିକାଂଶ ପିଲା ଅଧାରୁ ସ୍କୁଲ ଛାଡୁଥିବା ବେଳେ ଅନେକ ପିଲା ସ୍କୁଲକୁ ଯାଇ ପାରୁନାହାନ୍ତି।

ତେଣୁ ବସ୍ତିରେ ଥିବା ଅନେକ କୁନି ପ୍ରତିଭା ଏବଂ ଏଠାକାର ପରିସ୍ଥିତି ସରକାରଙ୍କ ନଜରକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି ଆଶ୍ରା ଫାଉଣ୍ଡେସନ। ବସ୍ତିର ପିଲାମାନଙ୍କ ସ୍ଵାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଜାରି ରଖିଛି। ପାଠପଢା ଛାଡିଥିବା ପିଲାମାନଙ୍କୁ ପୁଣିଥରେ ସ୍କୁଲ ପଠାଇବା ପାଇଁ ଚେଷ୍ଟା କରୁଛି ସଂସ୍ଥା। ତେବେ ଆଶ୍ରା ଫାଉଣ୍ଡେସନ ଉଦ୍ୟମ ପାଇଁ ଗତ ୬ ମାସରେ ପୋଷଣ ଅଭାବଜନିତ ସମସ୍ୟା ସମ୍ପୂର୍ଣ୍ଣ ଲୋପ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି