କୋଇଲା ସଙ୍କଟ, ପିଏମଓରେ ବସିବ ବୈଠକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କୋଇଲା ଅଭାବ ହେତୁ ଅନେକ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ଏହା ସହ ଏପରି ଅନେକ ରାଜ୍ୟ ଅଛନ୍ତି ଯେଉଁଠାରେ କୋଇଲା ଭଣ୍ଡାରରେ ଥିବା କୋଇଲା ସରିବା ଉପରେ ରହିଛି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ପ୍ରସଙ୍ଗ ଉପରେ ହସ୍ତକ୍ଷେପ କରିବାକୁ ଏବଂ ତୁରନ୍ତ କୋଇଲା ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଭାରତରେ କୋଇଲା ସଙ୍କଟକୁ ନେଇ ଆଜି ଏକ ବଡ଼ ବୈଠକ ହେବାକୁ ଯାଉଛି ।

ବର୍ତ୍ତମାନର ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋଇଲା ଓ ଶକ୍ତି ସଚିବ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ସୂଚନା ଦେବେ । କୋଇଲା ଅଭାବର ଖବର ପରେ କିଛି ଅଞ୍ଚଳରେ ବ୍ଲାକଆଉଟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଆଲର୍ଟ ହୋଇଛନ୍ତି । ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।ତେବେ ପିଏମଓରେ ଶକ୍ତି ଓ କୋଇଲା ମନ୍ତ୍ରଣାଳୟର ସଚିବ ଆଜି ବର୍ତ୍ତମାନ ସ୍ଥିତିର ସୂଚନା ଦେବେ ।

ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ବିଗୁଡ଼ୁଥିବା ଅବସ୍ଥାକୁ ନେଇ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି । ଅବଶ୍ୟ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ଭରସା ଦେବା ସହିତ ଏହାକୁ ଅନାବଶ୍ୟକ ଭୟ ବୋଲି କହିଛନ୍ତି ଓ ଡିଆଇଏସସିଓଏମଏସ କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ