Masthead

ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର

ବରଗଡ଼ (ବଡ଼ ଖବର ବ୍ୟୁରୋ): ବାରଣ୍ଡା ଓ ଅଟୋ ପାଲଟିଛି ପ୍ରସବକେନ୍ଦ୍ର । ବିଶ୍ୱାସ ନ ହେଲେ ମଧ୍ୟ କଥାଟି ସତ । ବରଗଡ଼ ସହରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶନିବାର ଭୋରରେ ଏଭଳି ଅଭାବନୀୟ ଘଟଣା ବରଗଡ଼ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଘଟିଛି । ବରଗଡ଼ ନିକଟସ୍ଥ ତୋରା ଗ୍ରାମର ନେତ୍ରାନନ୍ଦ ମହାପାତ୍ର ସ୍ତ୍ରୀ ଜ୍ୟୋର୍ତିମୟୀଙ୍କୁ ପୁରୁଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର କୋଭିଡ୍ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନ ଥିଲେ । ପ୍ରସୂତି କକ୍ଷରେ ବନ୍ଦ ଥିଲା । କେହି ତାଙ୍କ କଥା ଶୁଣି ନ ଥିଲେ ।

ଦୀର୍ଘ ସମୟ ହଇରାଣ ହେବା ପରେ ଶେଷରେ ଅଟୋରେ ପ୍ରସବ କରାଇଥିଲେ । ସେହିପରି ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନା ସ୍ତ୍ରୀ ଲଳିତାକୁ ମେଡିକାଲକୁ ଆଣିଥିଲେ ପରିବାର ଲୋକେ । ଡାକ୍ତରଙ୍କୁ ଅପେକ୍ଷା କରିଥିଲେ ସୁଦ୍ଧା ଦେଖା ମିଳି ନ ଥିଲା । ମାତୃ ମଙ୍ଗଳକେନ୍ଦ୍ର ବାରଣ୍ଡାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି ଅବହେଳାକୁ ସାଧାରଣରେ ନିନ୍ଦା କରାଯାଇଛି ।
ବରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଖେଦାପାଲିକୁ ସ୍ଥାନାନ୍ତର ହେବା ପରେ ଏହାକୁ ଅର୍ବାନ ସିଏଚସି ଭାବରେ ଘୋଷଣା କରାଯାଇଛି । ଗର୍ଭବତୀ ତଥା ନବଜାତକ ସନ୍ତାନ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତା ସତ୍ୱେ ମଧ୍ୟ ବରଗଡ଼ ସଦର ମହକୁମାରେ ପ୍ରସୂତି ଜଣେ ପ୍ରସୂତି ବାରଣ୍ଡା ଓ ଅନ୍ୟଜଣେ ପ୍ରସୂତି ଅଟୋରେ ଶିଶୁ ଜନ୍ମ ଘଟଣା ଜିଲ୍ଳାର ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !