Masthead

୭୬ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୭୬ ବର୍ଷରେ ପଦାର୍ପଣ କରିଛି ରାଜଧାନୀ। ଐତିହ୍ୟ ଓ କୀର୍ତ୍ତିରାଜିର ସହର ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ପାଳୁଛି ତା’ର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ବିତି ଯାଇଥିବା ବର୍ଷଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଆଗକୁ ବଢ଼ିଛି ଓ ବଢ଼ିବାକୁ ପ୍ରୟାସ ଜାରି ରଖିଛି।

ସେତେବେ‌ଳର ଜନସଂଖ୍ୟା ୧୫ ହଜାରରୁ ବଢ଼ି ଏବେ ୧୫ ଲକ୍ଷରେ ପହଞ୍ଚିଲାଣି। ଏବେ ରାଜଧାନୀ ପ୍ରତ୍ୟେକଙ୍କର ପ୍ରଥମ ପସନ୍ଦ ହୋଇଛି। ଓଡ଼ିଶାର ପ୍ରତିଟି ଜିଲ୍ଲାର ଲୋକଙ୍କ ମନରେ ଏ ସହରରେ ଘରଟିଏ ତୋଳିବାର ସ୍ବପ୍ନ ରହିଛି। ସେଥିପାଇଁ ଏହାର କଳେବର ବଢ଼ିବଢ଼ି ଚାଲିଛି। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ବରର ତ ଅନେକ ପୂର୍ବରୂ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ରହିଛି, ଏବେ ଏକ ଆଧୁନିକ ସହର ଭାବେ ମଧ୍ୟ ଏହା ବିଶ୍ବ ଦରବାରରେ ନୂଆରୂପରେ ପରିଚିତ ହେଉଛି। ଏକଦା ବଣ ପାହାଡ଼ ଘେରା, ଶଗଡ଼ଗୁଳାର ରାସ୍ତା ଥିବା ରାଜଧାନୀ ଏବେ ସ୍ମାର୍ଟସିଟି ପାଲଟିଛି।

କେବଳ ଖଣ୍ଡଗିରି, ଉଦୟଗିରି, ଶ୍ରୀଲିଙ୍ଗରାଜ ମନ୍ଦିର, ଧଉଳି କି ଶିଶୁପାଳଗଡ଼ର ଇତିହାସକୁ ନେଇ ଭୁବନେଶ୍ବରର ପରିଚୟ ସୀମିତ ନାହିଁ, ବିଶ୍ବ ଦରବାରରେ ଭୁବନେଶ୍ବର ଏକ ପ୍ରମୁଖ ଭାରତୀୟ ଶିକ୍ଷା ହବ୍, ଆଇଟି ହବ୍‌ର ପରିଚୟ ପାଇଛି। ଆଇଆଇଟି,ଏମ୍‌ସ, ନାଇଜର୍, ଓୟୁଏଟି, ଉତ୍କଳ ବିଶ୍ବବିଦ୍ୟାଳୟ, କିଟ୍ ଓ ସୋଆର ଛାତ୍ରଛାତ୍ରୀ ଭୁବନେଶ୍ବର ପାଇଁ ନୂଆ ପରିଚୟ ଆଣିଛନ୍ତି। ପୁରୁଷ ହକି ବିଶ୍ବକପ୍, ଏସିଆନ୍ ଆଥ୍‌ଲେଟିକ ଗେମ୍ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଏବେ ମଧ୍ୟ ଦେଶର ବହୁ ତଥାକଥିତ ଆଗୁଆ ରାଜ୍ୟର ସ୍ବପ୍ନ ହୋଇ ରହିଥିବାବେଳେ ଭୁବନେଶ୍ବର ତାହାକୁ ଏକାଧିକ ବାର ଆୟୋଜନ କରି କେବଳ ଦେଶର କ୍ରୀଡ଼ା ରାଜଧାନୀ ପାଲଟିନି, ଅନ୍ତର୍ଜାତୀୟସ୍ତରରେ ମଧ୍ୟ ନିଜର ପରିଚୟ ସୃ‌ଷ୍ଟି କରିଛି।

ଏବେ ଏବେ ତ ବିଶ୍ବସ୍ତରୀୟ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟିତ ହୋଇଛି, ଆଗକୁ ସେହି ସ୍ତରର ରେଳ ଷ୍ଟେସନ ଆସୁଛି। ପୁଣି ମେଟ୍ରୋ ଯୋଜନାର କାମ ମଧ୍ୟ ଆରମ୍ଭ ହୋଇଗଲାଣି। ଏସବୁକୁ ଦେଖିଲେ ବିଶ୍ବ ମାନଚିତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ କରି ସାରିଥିବା ରାଜଧାନୀ ଭୁବନେଶ୍ବର ଆଗାମୀ ଦିନରେ ଆହୁରି ଅନେକ ଆଗକୁ ଯିବ ସେଥିରେ ସନ୍ଦେହ ନାହିଁ। କିନ୍ତୁ ଭୁବନେଶ୍ୱରକୁ ଶ୍ରେଷ୍ଠ, ସୁନ୍ଦର ଏବଂ ସର୍ବୋତ୍ତମ ରୂପେ ଗଢ଼ି ତୋଳିବାରେ ସମସ୍ତଙ୍କ ସମାନ ଭାଗିଦାରୀର ଆବଶ୍ୟକତା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି