Masthead

୨୩ରୁ ଟ୍ରକ୍ ଚଳାଚଳ ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୩ ତାରିଖ ସୋମବ।ର ଠାରୁ ଟ୍ରକ୍ ପରିବହନ ସେବା ବନ୍ଦ ରହିବ । ଏ ସମ୍ପର୍କରେ ବାରଙ୍ଗ ଟ୍ରକ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । କଟକ ଜିଲ୍ଲା ଅଧିନରେ ଥିବା କାଠଯୋଡ଼ି, କୁଆଖାଇ, ମହାନଦୀ ଏବଂ ଅନ୍ୟ ଶାଖା ନଦୀ ମାନଙ୍କରୁ ବାଲି କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଉଥିଲା। କିନ୍ତୁ ଗତ କିଛିମାସ ହେବ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ବାଲି ଟ୍ରକରୁ ମନଇଚ୍ଛା ଫାଇନ ଆଦାୟକୁ ନେଇ ଟ୍ରକ ମାଲିକ ସଂଘମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି । ଆଜି ବାରଙ୍ଗ ଟ୍ରକ ମାଲିକ ସଂଘ ସମେତ ଖୋର୍ଦ୍ଧା, ବାଙ୍କୀ, ସିଡିଏ, କଟକ, ନଗରୀ, ତୋଟାପଡା ଓ ଉତ୍ତରା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଡକାଯାଇ ପ୍ରଶାସନ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରାଯାଇଛି ।

ସେମାନଙ୍କୁ ଟ୍ର।ଞ୍ଜିଟି ପାସ୍ ମିଳୁ ନଥିବାରୁ ବାଲି, ଚିପ୍ସ, ମାଙ୍କଡ଼ା ପଥର ପରିବହନ ସମୟରେ ପ୍ରଶାସନ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଫାଇନ ଆଦାୟ କରୁଛନ୍ତି । ପ୍ରଶାସନ କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ସେମାନେ ଜିଲ୍ଲାପାଳ, ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ତେବେ କରୋନ। ସମୟରେ ଆର୍ଥିକ ସ୍ଥିତି ଖରାପ୍ ଥିବା ବେଳେ ସେମାନେ ଫାଇନ ଦେଇ ଟ୍ରକ୍ ଚଳାଇବା ସମ୍ଭବପର ହୋଇ ପାରୁ ନାହିଁ । ସରକାର ଏ ସମ୍ପର୍କରେ ସୁବିଚାର ନକରିବା ପର୍ଯ୍ୟନ୍ତ ଆସନ୍ତା ୨୩ ତାରିଖ ସୋମବାର ଠାରୁ ୩ହଜାରରୁ ଉର୍ଧ ଟ୍ରକ ପରିବହନ ସେବା ବନ୍ଦ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି । ଏହି ଅବସରରେ ଖୋର୍ଦ୍ଧା ଟ୍ରକ ମାଲିକ ସଂଘର ସଭାପତି ପ୍ରଣବ ପରିଜା, ବାରଙ୍ଗ ଟ୍ରକ ସଂଘର ସଭାପତି ବିଜୟ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସାହୁଙ୍କ ସମେତ ସମସ୍ତ ଟ୍ରକ ମାଲିକ ସଂଘର ସଭାପତି, ସମ୍ପାଦକ ଏବଂ ବହୁ ଟ୍ରକ ମାଲିକମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ