Masthead

ଚାଷୀ ମୁଣ୍ଡରେ ଚଡ଼କ

ନୂଆପଡା, (ବଡ଼ ଖବର ବ୍ୟୁରୋ): ନୂଆପଡା ଜିଲ୍ଲାରେ ସରୁନି ଚାଷୀଙ୍କ ଦୁଃଖ । ଚାଷୀଙ୍କ ଝାଳବୁହା କଠିନ ପରିଶ୍ରମ ଶେଷରେ ଚୁରମାର ହେବାରେ ଲାଗିଛି । କେଉଁଠି ଧାନଫସଲ ଉପରେ ପାଣି ମାଡ଼ିଯିବା ଫଳରେ ଧାନ ଗଜା ହେଲାଣି ତ କେଉଁଠି ଧାନ ଫସଲରେ ରୋଗ ପୋକ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଫୁରସୁଣ୍ଡ ଗାଁ ରେ ।

ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ଭଲ ବର୍ଷ ହୋଇଥିଲା । ଚାଷୀ ସଠିକ ସମୟରେ ଚାଷ କରିଥିବାରୁ ଧାନ ଫସଲ ମଧ୍ୟ ଭଲ ହୋଇଥିଲା । କିନ୍ତୁ ଠିକ ସମୟରେ ଅଦିନିଆ ବର୍ଷା ହେଲା କାଳ । ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯିବାରୁ ଧାନ ଗଛ ପାଣି ଭିତରେ ରହି ଗଜା ହୋଇଗଲା । ଧାନ ବିଲରୁ କେବେ କମିବ ପାଣି, କେବେ ଧାନ ଅମଳ କରିବେ ସେ ନେଇ ଚିନ୍ତାରେ ନୂଆପଡା ଜିଲ୍ଲାର ଫୁରସୁଣ୍ଡ ଗାଁର ଚାଷୀ । ଅନ୍ୟପଟେ ଧାନ ଫସଲରେ ଚକଡା ପୋକ ମଧ୍ୟ ମାଡ଼ିବସି ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ବାରମ୍ବାର କୀଟ ନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ କିଛି ଫଳପ୍ରଦ ହେଉନଥିବା ଅଭିଯୋଗ କରିଛନ୍ତି ଫୁରସୁଣ୍ଡ ଗାଁର ଚାଷୀ ।

ହେକ୍ଟର ହେକ୍ଟର ଜମି ଉପରେ ବର୍ଷା ପାଣି, ସେପଟେ ଧାନ ଫସଲ ଉପରେ ରୋଗ ପୋକ ଚାଷୀମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଫୁରସୁଣ୍ଡ ଗାଁରେ ବିଲରୁ ପାଣି ନିଷ୍କାସନ ସମସ୍ୟା ଆଜିର ନୁହେଁ । ଚାଷ ଜମିର ତଳପଟେ ସୁ-ଉଚ୍ଚ ପୋଲ ଟିଏ ନିର୍ମାଣ ହେଲେ ପାଣି ନିଷ୍କାସନ ହୋଇ ଉଦନ୍ତି ନଦୀରେ ମିଶନ୍ତା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସେପଟେ ସ୍ଥାନୀୟ ନିରୀକ୍ଷକଙ୍କ ରିପୋର୍ଟ ଅନୁଧ୍ୟାନ ପରେ ଉପରୋକ୍ତ ବିଭାଗକୁ ଜଣାଇବୁ ବୋଲି ସିନାପାଲି ବ୍ଲକ କୃଷି ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା