Masthead

ମୁହଁ ଖୋଲିଲେ ଜେଲ: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରେ ହିଟଲରି ଶାସନ ଚାଲିଛି । ଏ ସରକାରର ଗୋଟେ ଟ୍ରେଣ୍ଡନସି ହୋଇଛି ଯେଉଁମାନେ ସରକାର ବିରୁଦ୍ଧରେ କହୁଛନ୍ତି, ତାଙ୍କ ପୁରୁଣା କେସ ବାହାର କରାଯାଉଛି । ତାଙ୍କ ଘରେ ରେଡ଼ କରାଯାଉଛି । ତାଙ୍କ ପରିବାର ଲୋକଙ୍କ ବିରୋଧରେ ଛୋଟ ମୋଟ ଘଟଣାରେ ୩୦୭ ଭଳି ଦଫା ଲଗା ଯାଉଛି । ତାଙ୍କୁ ବାଧ୍ୟ କରାଯାଉଛି ମାସ ମାସ ଜେଲରେ ରହିବାକୁ । ଏ ସରକାର ଓଡ଼ିଶାରେ ହିଟଲରି ଶାସନ ଚଳାଇଛନ୍ତି । ଜନ ସାଧାରଣଙ୍କୁ ଦମନ କରିବାକୁ ଚାହୁଁଛନ୍ତି । ଜଗନ୍ନାଥଙ୍କ ମାଟିର ଲୋକେ ୟାକୁ କେବେ ବରଦାସ୍ତ କରିବେନି । ନବ ଦାସ ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ କଂଗ୍ରେସର ଦାବି ରହିଛି ।

ସରକାର କ୍ରାଇମବ୍ରାଞ୍ଚକୁ ଢାଲ କରି କେସକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି । କ୍ରାଇମବ୍ରାଞ୍ଚ ଟ୍ରାକ ରେକର୍ଡ ବହୁତ ଖରାପ । କ୍ରାଇମବ୍ରାଞ୍ଚ ୧୮୯ କେସରେ ତଦନ୍ତ କରିଥିବା ବେଳେ ୬୩ ରୁ ଉର୍ଦ୍ଧ୍ବ କେସରେ ଚାର୍ଜସିଟ ବି ଦେଇ ପାରିନି । ମାତ୍ର ୩୩ ପ୍ରତିଶତ କେସରେ ହିଁ ଚାର୍ଜ ସିଟ ଦେଇଛି । କେମିତି କ୍ରାଇମବ୍ରାଞ୍ଚକୁ ବିଶ୍ଵାସ କରାଯାଇ ପାରିବ ? ଗୃହରାଷ୍ଟ୍ର ମନ୍ତ୍ରୀ କହିଲେ ଷଡ଼ଯନ୍ତ୍ର ହୋଇଛି, ତେବେ ସେ ଦିଗରେ ଦଫା ଲାଗିନି କି ତଦନ୍ତ ହେଉନି । ବିଧାନସଭାର ଦ୍ୱିତୀୟ ପର୍ୟ୍ୟାୟରେ କଂଗ୍ରେସ ନବ ଦାସଙ୍କ ପ୍ରସଙ୍ଗକୁ ଆହୁରି ଜୋରସୋର କରି ଉଠେଇବ ବୋଲି କେଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି