Before Header

ଗୁଜୁରି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

0 50

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଗୁଜୁରି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଆଜି ବଡି ଭୋର ସମୟରେ କେନ୍ଦୁଝର ଗୁଜୁରି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଶତାଧିକ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ଦୋକାନ ଗୁଡ଼ିକ ବନ୍ଦ ଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ ବିଭାଗର ତିନୋଟି ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।

Leave A Reply

Your email address will not be published.