Masthead

୬୦ ବର୍ଷର ରେକର୍ଡ ଭାଙ୍ଗିଲା ଆର୍ଥିକ ବ୍ୟବସ୍ଥା, ଆକାଶଛୁଆଁ ଖାଦ୍ୟ ସାମଗ୍ରୀ ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଜାରି ରହିଛି ଭୟଙ୍କର ସ୍ଥିତି । ଗତ ବର୍ଷେ ହେଲା ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା । ଗତ ମାର୍ଚ୍ଚରେ ୩୫.୩୭ ପ୍ରତିଶତରେ ପହଞ୍ଚିଛି । ଏଭଳି ସ୍ଥିତରେ ଆସିଛି ଆଉ ଏକ ଖବର । ୬୦ ବର୍ଷର ରେକର୍ଡ ଭାଙ୍ଗିଲା ପାକିସ୍ତାନର ଆର୍ଥିକ ଅବସ୍ଥା । ଏଭଳି ସ୍ଥିତିରେ ଆଇଏମଏଫର ସର୍ତ୍ତ ମାନିବାକୁ ନାରାଜ ପାକିସ୍ତାନ । ଆଇଏମଏଫର ସର୍ତ୍ତ ମାନିନଥିବାରୁ ସେଠାରୁ ମଧ୍ୟ କୌଣସି ଆର୍ଥିକ ସହାୟତା ମିଳିନାହିଁ । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ଯାଉଥିବା ବେଳେ ବାହାର ଦେଶରୁ ଆବଶ୍ୟକୀୟ ସାମଗ୍ରୀ ଆମଦାନୀ ମଧ୍ୟ ହୋଇପାରୁନାହିଁ ।

ବିଶ୍ବ ବ୍ୟାଙ୍କ ଦେଶର ବିକାଶ ଦରକୁ ନେଇ ଋଣ ଦେଉଥିବା ବେଳେ ସେ କ୍ଷେତ୍ରରେ ମଧ୍ୟ ପାକିସ୍ତାନ ବହୁ ପଛରେ ରହିଛି । ଏଭଳି କ୍ଷେତ୍ରରେ ଚୀନ ଓ ଆମେରିକା ଉପରେ ଆଶା ବାନ୍ଧି ବସିଛି ପାକିସ୍ତାନ ।ଚୀନ୍ ଆର୍ଥିକ ସହାୟତା ଘୋଷଣା କରିଥିଲେ ବି ବର୍ତ୍ତମାନ ପର୍ୟ୍ୟନ୍ତ କ୍ରେଡିଟ୍‌ ହୋଇନାହିଁ । ସେପଟେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀଗୁଡିକ ମଧ୍ୟ ଆକାଶ ଛୁଆଁ ଦର ହେଲାଣି । ଦୁଇ ଦିନ ତଳେ ଅଟା ପାଇଁ ଲୋକଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଦଳଚକଟାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି