Before Header

ଘଡ଼ଘଡ଼ି ପଡ଼ି ଜଳିଗଲା ଦୁଇ ବଖରା ଘର, ୨ ଗୁରୁତର

0 123

ଜଗତସିଂପୁର(ବଡ଼ ଖବର ବ୍ୟୁରୋ): ବିଳମ୍ବିତ ରାତିରେ ଜିଲ୍ଲାନାସୀ ପଂଚାୟତରେ ଅଘଟଣ। ଘଡ଼ଘଡ଼ି ପଡ଼ି ଜଳିଗଲା ଦୁଇ ବଖରା ଘର, ଦୁଇଜଣ ଗୁରୁତର। । ଗୁରୁତରଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ବ୍ଲକ ବରିହାଡିହା ଗାଁରେ ରାଧେ ପରିଡ଼ାଙ୍କ ପରିବାର ଶୋଇଥିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇ ହଠାତ ଘରେ ନିଆଁ ଲାଗିଯାଇଥିଲା । ବଜ୍ରପାତରେ ରାଧେ ପରିଡାଙ୍କ ୨ ବଖରା ଘର ଜଳିଯିବା ସହିତ ପରିବାରର ୩ ଜଣ ସଦସ୍ୟ ଆହତ ହୋଇଥିଲେ । ଆହତ ମାନଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ପରେ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.