Masthead

କ୍ୱାକ-କୁରେଲି ସାଇମଣ୍ଡସର ତାଲିକାରେ ସ୍ଥାନ ପାଇଲା ଓଡ଼ିଶା ଦୁଇଟି ଅନୁଷ୍ଠାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ବ୍ୟବସ୍ଥା କ୍ୱାକ୍-କୁରେଲି ସାଇମଣ୍ଡସର ତାଲିକା ପ୍ରକାଶ ପାଇଛି । ଏଥିରେ ଶ୍ରେଷ୍ଠ ଦୁଇ ଶହ ଭିତରେ ଭାରତର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ତେବେ ଶ୍ରେଷ୍ଠ ହଜାରେ ଅନୁଷ୍ଠାନ ମଧ୍ୟରେ ପ୍ରଥମ ଥର ପାଇଁ ଓଡିଶାର ଦୁଇଟି ଅନୁଷ୍ଠାନ, ଆଇଆଇଟି ଭୁବନେଶ୍ୱର ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ତେବେ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଆଲିଗଡ ମୁସଲିମ ୟୁନିଭର୍ସିଟି ଓ ବନାରସ୍ ହିନ୍ଦୁ ୟୁନିଭର୍ସିଟି ୧ ହଜାର ମଧ୍ୟରେ ସ୍ଥାନ ପାଇ ନାହାଁନ୍ତି । ଦେଶର ୨୨ଟି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧ ହଜାର ମଧ୍ୟରେ ସ୍ଥାନ ପାଇଛନ୍ତି ।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆମେରିକାର ମାସାଚୁସେଟସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି- ଏମଆଇଟି । ଦୁଇ ନମ୍ବର ରାଙ୍କରେ ରହିଛି ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ତୃତୀୟରେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟ ଏବଂ ଚତୁର୍ଥରେ କେମ୍ବ୍ରିଜ୍ ୟୁନିଭର୍ସିଟି ରହିଛି । ଭାରତର ବମ୍ବେ ଆଇଆଇଟି ଏହି ତାଲିକାରେ ୧୭୭ ତମ ସ୍ଥାନରେ ରହିଛି । ତାପଛକୁ ୧୮୫ତମ ସ୍ଥାନରେ ରହିଛି ଦିଲ୍ଲୀ ଆଇଆଇଟି, ୧୮୬ ତମ ସ୍ଥାନରେ ରହିଛି ଆଇଆଇଏସସି ବେଙ୍ଗାଲୁର । ଅର୍ଥାତ ବମ୍ବେ ଆଇଆଇଟି ଭାରତର ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି । ତେବେ ପ୍ରଥମ ଥର ପାଇଁ ଓଡିଶାର ଦୁଇଟି ବିଶ୍ୱବିଦ୍ୟାଳୟ ଆଇଆଇଟି ଭୁବନେଶ୍ୱର ଓ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି ସ୍ଥାନ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ