Masthead

କେମିତି ରହିବ ଜେଡିୟୁର ପ୍ରଦର୍ଶନ? କ’ଣ କହିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଗାମୀ ଲୋକସଭା ନିର୍ବାଚନରେ କେମିତି ରହିବ ଜେଡିୟୁର ପ୍ରଦର୍ଶନ? ଦଳକୁ ମିଳିବ କେତେ ଭୋଟ? କ’ଣ ହେବ ନିତିଶଙ୍କ ରାଜନୈତିକ କ୍ୟାରିଅର? କ’ଣ କହୁଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର? ବିହାରରେ ଜେଡିୟୁ ଓ ନୀତିଶ କୁମାରଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶୋର । ନୀତିଶଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଜେଡିୟୁ ନାମକ ଦଳର କୌଣସି ଭବିଷ୍ୟତ ନାହିଁ ।

ଅନ୍ତିମ କାଳରେ ଚାଲୁଛି ଦଳ । ଦଳର ମୁଖିଆଙ୍କୁ ଅନ୍ୟ କର୍ମକର୍ତ୍ତାଙ୍କର ଆବଶ୍ୟକତା ନାହିଁ । ତାଙ୍କୁ କେବଳ ତାଙ୍କ ମୁଖ୍ୟମନ୍ତ୍ରୀ ପଦବୀରେ ବସିବାର ଅଛି । ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ଜେଡିୟୁରେ ତଳସ୍ତରର କାର୍ୟ୍ୟକର୍ତ୍ତାମାନେ ବହୁତ ଭଲ କାମ କରୁଛନ୍ତି । ଲାଲୁ ପ୍ରସାଦଙ୍କ ଶାସନ ସମୟରେ ରାଜ୍ୟରେ ଏକ ଦୃଢ ବିକଳ୍ପ ଦଳ ଭାବେ କାର୍ୟ୍ୟ କରୁଥିଲା ଜେଡିୟୁ । ଯେଉଁଥି ପାଇଁ ଅଧିକାଂଶ ଲୋକେ ଲାଲୁଙ୍କ ହାତ ଛାଡି ନିତିଶଙ୍କ ସାଥ୍ ଦେଇଥିଲେ । କିନ୍ତୁ ଆଜି ସେହିମାନଙ୍କୁ ନିତିଶ କୁମାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର