ପୋଲିସର ବଡ଼ ସଫଳତା ମାଓ କ୍ୟାମ୍ପ ଠାବ, ମାଓ ସମଗ୍ରୀ ଜବତ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଓଡିଶା ଛତିଶଗଡ଼ ସୀମା ପାଟଧରା ରିଜର୍ଭ ଫରେଷ୍ଟ ରେ ନୂଆପଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ମିଳିତ ଭାବରେ ଏସଓଜି , ଡିଭିଏଫ, କୋବ୍ରା ଓ ସିଆରପିଏଫ ଦ୍ୱାରା ମିଳିତ କମ୍ବିଂ କରାଯାଇଥିଲା। ୧୭ ତାରିଖ ଦିନ ସିନାପାଲି ଥାନା ଝୋଲାପଡ଼ା ନିକଟ ଜଙ୍ଗଲର ମାଓବାଦୀ କ୍ୟାମ୍ପ ରୁ ଏହି ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ଓ ସିଆରପିଏଫ କମଣ୍ଡାଣ୍ଟ ପ୍ରକାଶ କରିଛନ୍ତି। ୨୮ ଟି ଡେଟୋନେଟର, ୧ କେଜି ବିସ୍ପୋରକ ସାମଗ୍ରୀ, ରେଡ଼ିଓ, ମାଓ ୟୁନିଫର୍ମ, ଛୁରୀ, ମେଡ଼ିସିନ, ମାଓ ପତ୍ରିକା ଓ ନିତ୍ୟାବଶ୍ୟକ ଜିନିଷ ଜବତ ହୋଇଛି । ବର୍ତ୍ତମାନ ନୂଆପଡ଼ା ପୋଲିସ ଦ୍ୱାରା କମ୍ବିଂ ଜାରି ଥିବାବେଳେ ବେଳେ ମାଓ ଗତିବିଧି ଉପରେ ନଜର ରଖାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ