୩ ମାସ ବଢ଼ିଲା ପାନ୍-ଆଧାର ଲିଙ୍କ ଅବଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଢ଼ିଲା ପାନ୍-ଆଧାର ଲିଙ୍କ ଅବଧି । ୩ ମାସ ସମୟ ସୀମା ବୃଦ୍ଧି କରାଯାଇଛି । ମାର୍ଚ୍ଚ ୩୧ ଶେଷ ତାରିଖ ଥିବାବେଳେ ଜୁନ ୩୦କୁ ବୃଦ୍ଧି କରାଯାଇଛି । ଏବେ ଆଧାର ଲିଙ୍କ କରିବା ପାଇଁ ୫୦୦ ଟଙ୍କା ଦେବାକୁ ପଡୁଛୀ । ଯଦି ଜୁନ ୩୦ ତାରିଖ ପରେ ଆଧାର ଲିଙ୍କ କରାଇବେ ତେବେ ହଜାରେ ଟଙ୍କା ଫାଇନ ଦେବାକୁ ପଡିବ । କିଛି କ୍ଷେତ୍ରରେ ପାନ୍ କାର୍ଡ ଅକାମି ମଧ୍ୟ ହୋଇପାରେ । ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଆୟକର ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟିରୁ ଉଦ୍ଧ୍ୱର୍ ଲୋକେ ପାନ୍ କାର୍ଡ ସହିତ ଆଧାର ଲିଙ୍କ କରି ନାହାନ୍ତି।

କେମିତି କରିବେ ପାନ-ଆଧାର ଲିଙ୍କ୍

-ପ୍ରଥମେ ଇନକମ୍ ଟ୍ୟାକ୍ସର ଅଫିସିଆଲ ସାଇଟ୍ incometaxindiaefiling.gov.in କୁ ଯିବେ । ସେଠାରେ link Aadhaar ରେ କ୍ଲିକ କରିବେ।
– ଏହା ପରେ click hereରେ କ୍ଲିକ କରିବେ। ତଳେ ଦିଆଯାଇଥିବା ବକ୍ସରେ ପାନ୍, ଆଧାର ନମ୍ବର, ନିଜ ନାମ ଏବଂ ଦିଆଯାଇଥିବା କ୍ୟାପଚା ଟାଇପ କରିବେ।
– ସମସ୍ତ ବକ୍ସକୁ ସଠିକ୍ ଭାବେ ପୂରଣ କରିବା ପରେ ଲିଙ୍କ ଆଧାରରେ କ୍ଲିକ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ