Masthead

ମୁଁ ମନ୍ତ୍ରୀ ପୁଅ, ଗୋଟିଏ ଫୋନ କଲରେ ତୁମ ବର୍ଦ୍ଦି ଓହ୍ଲାଇ ଦେବି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୁଁ ମନ୍ତ୍ରୀଙ୍କ ପୁଅ ବାଟ ଛାଡ଼ । ରବିବାର ସପ୍ତାହନ୍ତ ସଟଡାଉନ ସମୟରେ ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ଜୋରଦାର ଚେକିଂ । ଅମାନିଆ ଭାବେ କଟକଣାକୁ ଖାତିର ନକରି ବୁଲୁଥିବା ଜଣେ ଯୁବକଙ୍କୁ ପୋଲିସ ଅଟକାଇଥିଲା । ଆଉ ଏହାପରେ ଯୁବକଙ୍କର ଆରମ୍ଭ ହୋଇଥିଲା ଧମକ ଚମକ । ପୋଲିସକୁ ବର୍ଦ୍ଦି ଓହ୍ଲାଇ ଦେବି ବୋଲି ମଧ୍ୟ ଧମକ ଦେବାକୁ ପଛାଇ ନଥିଲେ ଯୁବକ ଜଣକ । ତେବେ ନିଜକୁ ଜଣେ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇ ଏପରି କହିଛନ୍ତି ଯୁବକ । କେବଳ ଏତିକି ନୁହେଁ ପୋଲିସ ସହ ଖରାପ ବ୍ୟବହାର କରିବା ପୋଲିସଙ୍କୁ ନିଜ ଚାକିରୀ ପିତା ଲାଗୁଛି କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଯୁବକ ଜଣକ ।

ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ ଘଟିଛି ଏପରି କାଣ୍ଡ । ଖଣ୍ଡଗିରି ଥାନା ପୋଲିସ ତରଫରୁ ସେଠାରେ ଚେକିଂ ଚାଲୁଥିବା ସମୟରେ ଜ୍ୟୋତି ନାମକ ଜଣେ ଯୁବକ ନିଜକୁ ମନ୍ତ୍ରୀଙ୍କ ପୁଅ ପରିଚୟ ଦେଇ ଖସିଯିବାକୁ ଉଦ୍ୟମ କରୁଥିଲେ । ପରିଚୟପତ୍ର ଦେଖାଇବାକୁ ପୋଲିସ କହିବା ପରେ ଯୁବକ ଜଣକ ଆରମ୍ଭ କରିଥିଲେ ଗାଳିଗୁଲଜ । ତେବେ ଯୁବକଙ୍କ ହାବଭାବରୁ ସେ ଜଣେ ମଦ୍ୟପ ଲାଗିବାରୁ ପୋଲିସ ତାଙ୍କୁ ଥାନାକୁ ଆଣିଥିଲା । ପଚରା ଉଚରା କରିବା ପରେ ଜଣା ପଡ଼ିଥିଲା ଯେ ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି