Masthead

‘ମୁଁ ଦେଶ ଛାଡି ଯାଇନି’: ଅମରୁଲ୍ଲା ସାଲେହ

କାବୁଲ (ବଡ଼ ଖବର ବ୍ୟୁରୋ):      ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଜବର ଦଖଲ କରିଥିବା ତାଲିବାନ ଏବେ ନିଜ କ୍ଷମତାକୁ ଫେରିଛି । ଗତକାଲି ପଞ୍ଜଶିରଙ୍କୁ କାବୁ କରିଥିବା ନେଇ ଦାବି କରିଛି । ଗଣମାଧ୍ୟମ ରିର୍ପୋଟରେ ଗତକାଲି ଏହା ଦାବି ହୋଇଥିଲା ଯେ ପଞ୍ଜଶିର ଏବେ ତାଲିବାନୀ ଅଧୀନରେ ଅଛି । କେବଳ ଏତିକି ନୁହେଁ,ନିଜକୁ ଆଫଗାନର ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶିର ଛାଡିଦେଇଥିବା ଖବର ମଧ୍ୟ ଚର୍ଚ୍ଚା ହେଉଛି ।

ହେଲେ ଅମରୁଲ୍ଲା ସାଲେହ ନିଜେ ଏକ ଭିଡିଓ ଜରିଆରେ ଏହା କହିଛନ୍ତି ଯେ ସେ ଦେଶ ଛାଡି ପଳାଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା । ସେ ଏବେ ବି ପଞ୍ଜଶିର ଉପତ୍ୟାକାରେ ଅଛନ୍ତି । ସେ ସବୁ କ୍ଷେତ୍ରରେ ତାଲିବାନୀଙ୍କ ସହ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ତାଲିବାନର ଏପରି ଗୁଜବ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଗତ ଚାରିରୁ ପାଞ୍ଚ ଦିନ ହେଲା ତାଲିବାନ ଓବଂ ଅନ୍ୟ ସୈନ୍ୟମାନେ ପଞ୍ଜଶିର ଉପତ୍ୟାକା ଉପରେ ଆକ୍ରମଣ କରୁଛନ୍ତି । ହେଲେ ଏ ଯାଏଁ ତାଲିବାନ ପଞ୍ଜଶିରକୁ ଦଖଲ କରିନାହିଁ । ଏବେବି ତାଲିବାନ ପଞ୍ଜଶିର ଉପତ୍ୟାକାଠୁ ବହୁ ଦୂରରେ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ