Masthead

ଏମିତି କୋଚ୍ ହିଁ ଚାହୁଁଥିଲି ଯିଏ ମୋତେ ନିଜ ଟିମରେ ରଖିବ !

କୋଲକାତା(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । କେତେବେଳେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଉଥିବା ବେଳେ ଆଉ କେତେବେଳେ ବିଜେି ପ୍ରାର୍ଥୀ ଯାଇ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହା ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ବିଜେପିରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ମୋତେ କେବଳ ବେଞ୍ଚରେ ବସିବା ପସନ୍ଦ ନୁହଁ ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଏହାର କାରଣ ଦର୍ଶାଇ ବାବୁଲ ସୁପ୍ରିଓ କହିଥିଲେ । ଏହା ସହ ମୁଁ ବିଜେପିରେ ନିରାଶ ଅନୁଭବ କଲି । ଦୀର୍ଘ ୭ ବର୍ଷ କଠିନ ପରିଶ୍ରମ କରିଥିଲି ।

ଏପରିକି ମୋର ବିରୋଧୀମାନେ ମଧ୍ୟ କହିବେନି କି ମୁଁ ପଶ୍ଚିମବଙ୍ଗରେ ବିଜେପି ପାଇଁ ଲଢି ନାହିଁ । କିମ୍ବା ଦଳ ପାଇଁ ମୁଁ କଠିନ ପରିଶ୍ରମ କରିନାହିଁ । ତେଣୁ ମୁଁ ଅନୁଭବ କଲି ଯେ ମୋତେ ଏକ ଦଳକୁ ଯିବା ଆବଶ୍ୟକ ଯେଉଁଠାରେ କୋଚ ମୋତେ ଦଳରେ ଚାହାଁନ୍ତି ! ଏବଂ ମୋତେ ସେ ଦଳ ପକ୍ଷରୁ ଖୋଲା ହାତରେ ସ୍ୱାଗତ କରାଯାଇଛି । ଅନ୍ୟପଟେ ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସରେ ନିଜର ଦାୟିତ୍ୱ ମଧ୍ୟ ଗ୍ରହଣ କରିସାରିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ମାସରେ ସେ ଆସାନସୋଲର ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି