Masthead

‘୨୦୨୪ ରେ ମୁଁ ଚିଲିକାରୁ ନିର୍ବାଚନ ଲଢ଼ିବି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୧୪ ରେ ମୁଖ୍ୟମନ୍ତ୍ରୀ ମୋତେ ଟିକେଟ ଦେଇଥିଲେ କିନ୍ତୁ କିଛି ଅନ୍ତ୍ରଘାତି କାମ ଯୋଗୁ ମାତ୍ର ୫୪୦ ଖଣ୍ଡ ଭୋଟରେ ହାରିଗଲି । ପରାଜିତ ହୋଇ କି ମଧ୍ୟ ୧୪ ରୁ ୨୪ ଲୋକଙ୍କ ସହ ମୁଁ ରହିଛି ବୋଲି କହିଛନ୍ତି ବିଜେଡିର ପୂର୍ବତନ ବିଧାୟକ ରଘୁନାଥ ସାହୁ । ସେ କହିଛନ୍ତି ବିଜୁ ଜନତା ଦଳର ସଙ୍ଗଠନକୁ ବଞ୍ଚେଇ କି ରଖିଛି । ଆଜି ଯଦି ଚିଲିକାରେ ଦଳର ସଙ୍ଗଠନ ବଞ୍ଚିକି ଅଛି ତାହା କେବଳ ମୋର ଉଦ୍ୟମ ଯୋଗୁଁ ।

୨୦୦୯ ରୁ ୧୪ ଯେତିକି କାମ କରିଛି ତାହା ଆଗରୁ କେବେ ହୋଇନଥିଲା । ତେଣୁ ୨୦୨୪ ରେ ମୁଁ ଚିଲିକାରୁ ନିର୍ବାଚନ ଲଢ଼ିବି । ଚିଲିକା ଛାଡି କୁଆଡ଼େ ଯିବିନି । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଶାନ୍ତ ଜଗଦେଵ ଯାହା କଲା ତାହା ସମସ୍ତେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ତା ଉପରେ ଠିକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେଥିପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର