Masthead

ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟବ୍ୟାପୀ ବସ ଧର୍ମଘଟ ଡାକରା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ।ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ  । ସେ କହିଛନ୍ତି, ଯଦି ରିହାତି ଦରରେ ବସ ଚଳାଇବାର ଅଛି, ତେବେ ସେଥିରେ ଘରୋଇ ବସ୍ ମାଲିକ ସଂଘକୁ ସରକାର ସାମିଲ କରିବାର ଥିଲା । କାରଣ ସରକାର ବ୍ୟବସାୟୀ ନୁହନ୍ତି । ସରକାରଙ୍କ କାମ ହେଉଛି ଶାସନ ବ୍ୟବସ୍ଥାକୁ ସମ୍ଭାଳିବା ଏବଂ ବ୍ୟବସାୟୀଙ୍କ କାମ ହେଉଛି ବ୍ୟବସାୟ କରିବା । ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ ।

ରିହାତି ଦରରେ ଟିକେଟ କରି ସେହି ପଇସାକୁ ଘରୋଇ ମାଲିକଙ୍କୁ ଦେଇଥିଲେ ସରକାରଙ୍କର କିଛି ଅସୁବିଧା ହୋଇନଥାନ୍ତା । କିନ୍ତୁ ଆଗକୁ ନିର୍ବାଚନ ଥିବା କାରଣରୁ ସରକାର ତରବରିଆ ଭାବରେ ଏଭଳି ନିଷ୍ପତି ନେଇଛନ୍ତି । ତେଣୁ ଏହି ନିଷ୍ପତିର ପୁନର୍ବିଚାର କରିବାର ଆବଶ୍ୟକତା ଅଛି । ନହେଲେ ଓଡ଼ିଶାର ବସ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଗଭୀର କୁଠାରାଘାତ ହେବ । ଅନେକ ଲୋକ ତାଙ୍କର ଜୀବନ ଜୀବିକା ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ