Masthead

ଭୁଲରେ ନିଜ ଅଞ୍ଚଳରେ ବୋମା ବିସ୍ଫୋରଣ କଲା ରୁଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାରି ରହିଛି ରୁଷ-ୟୁକ୍ରେନ ଯୁଦ୍ଧ । ଆଗକୁ ଆହୁରି ଚାଲିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏବେ ଆସିଛି ଆଉ ଏକ ଖବର । ଗୁରୁବାର ରୁଷିଆ ୟୁକ୍ରେନ ସୀମାକୁ ଲାଗିଥିବା ନିଜ ସହର ବେଲଗରଦ ଉପରେ ଭୁଲରେ ଆକ୍ରମଣ କରିଛି ରୁଷ । ଏହି ବିସ୍ଫୋରଣରେ କୋଠାବାଡ଼ି ନଷ୍ଟ ହୋଇଯାଇଛି । ୨ ମହିଳା ଅହୋତ ହୋଇଛନ୍ତି । ଯାହା ରାଷ୍ଟ୍ରାୟତ ନୁ୍ୟଜ୍ ଏଜେନସି ‘ଟାସ୍’ ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ରିପୋର୍ଟ ପ୍ରକାଶ ପାଇଛି ।

ବିସ୍ଫୋରଣ ହେତୁ ବେଲଗରଦର ମୁଖ୍ୟ ରାସ୍ତାଗୁଡ଼ିକ ମଧ୍ୟରୁ ଗୋଟିକରେ ୨୦ ମିଟର୍ ଆକାରର ଗାତ ହୋଇଥିବା କଥା ବେଲଗରଦର ଆଞ୍ଚଳିକ ଗଭର୍ଣ୍ଣର୍ ଭିଆଚେସ୍ଲାଭ୍ ଗ୍ଲାଦକୋଭ୍ କହିଛନ୍ତି। ଏହି ଘଟଣା ପରେ ସେ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ବି ଘୋଷଣା କରିଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୟୁକ୍ରେନ୍ ସୀମାନ୍ତ ଆରପଟେ ଥିବା ବେଲଗରଦର ଅଞ୍ଚଳ ଉପରେ ଉଡ଼ିଯାଉଥିବା ବେଳେ ବାୟୁସେନାର ସୁଖୋଇ ସୁ-୩୪ ବିମାନ ଭୁଲକ୍ରମେ କ୍ଷେପଣାସ୍ତ୍ରଟିଏ ଛାଡ଼ି ଦେଇଥିଲା। ଏହି ବିସ୍ଫୋରଣ ଯୋଗୁଁ ୨ଜଣ ମହିଳା ଆହତ ହୋଇଥିବା କଥା ଭିଆଚେସ୍ଲାଭ୍ ଗ୍ଲାଦ୍କୋଭ୍ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ