Masthead

‘ଫର୍ଜି ନୁହଁ ଫୌଜିର ରକ୍ତ ଥିଲେ ଇସ୍ତଫା ଦିଅନ୍ତୁ ଦିବ୍ୟଶଙ୍କର’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ମିଡିଆ ସେଲ୍ ଆବାହକ ସତ୍ୟ ପ୍ରକାଶ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ। ମମିତା ମେହେର ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ ସହ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ। ବିଜେଡି କହିଲା ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ। ଅଦାଲତକୁ ଯାଆନ୍ତୁ ବୋଲି କହିଲେ । ଯଦି ଅଦାଲତ ତଦନ୍ତ କରିବ ତେବେ ପୋଲିସ କଣ କରିବ? ପ୍ରମାଣ କିଏ ଖୋଜିବ? ମନ୍ତ୍ରୀ ଗଣମାଧ୍ୟମରେ ହାଲକା ବିବୃତି ଦେଇ ଖସି ପାରିବେ ନାହିଁ।

ସଂପୃକ୍ତି ଅଛି କି ନାହିଁ ମନ୍ତ୍ରୀ ହଁ ନାଁରେ ଉତ୍ତର ଦିଅନ୍ତୁ। ପୋଲିସ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ଜେରା କରୁନି କି ତଦନ୍ତ ପରିସରକୁ ନେଉ ନାହାନ୍ତି। ମନ୍ତ୍ରୀ ହତ୍ୟା କରିଛନ୍ତି ବୋଲି ଆମେ ଅଭିଯୋଗ କରୁନୁ ଆମେ ଅଭିଯୋଗ କରୁଛୁ ତାଙ୍କର ସଂପୃକ୍ତି ଅଛି। ହେଲେ ସେ କହୁଛନ୍ତି ମୁଁ ହତ୍ୟା କରିନି ଅର୍ଥାତ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି।

ଏବଂ ରାୟପୁରରେ ବୈଠକ ସମ୍ବନ୍ଧରେ କାହିଁକି ସିଡିଆର୍ ଯାଞ୍ଚ ହେଉନି କି ପୋଲିସ ସ୍ପଷ୍ଟ କରୁନି ଯେ ମନ୍ତ୍ରୀ ସେଠାକୁ ଯାଇ ନାହାନ୍ତି।ଦୁର୍ବଳ ଓ ଅପରାଧୀ ପ୍ରବୃତି ଲୋକମାନେ ଆକ୍ରମଣ କରନ୍ତି। ଆଉ ସେମିତି ଆପଣ ମାମଲାର ଡର ଦେଖାଉଛନ୍ତି ଗଣମାଧ୍ୟମକୁ। ଯଦି ଦିବ୍ୟଶଙ୍କରଙ୍କ ରକ୍ତରେ ଫର୍ଜିର ନୁହଁ ଫୌଜିର ରକ୍ତ ଅଛି ତାହେଲେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ୧୦ ଦିନ ମଧ୍ୟରେ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ କରିବ କଂଗ୍ରେସ। ୧୨ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି