Masthead

ଉପଯୁକ୍ତ ଟ୍ରେନିଂ ନନେଇ ଆଇଆଇସି

ଭୁବନେଶ୍ୱର (ବଡ ଖବର ବ୍ୟୁରୋ) ପ୍ରଥମେ ଉପଯୁକ୍ତ ଟ୍ରେନିଂ, ତା’ ପରେ ଚାକିରି । କିନ୍ତୁ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତ୍ତନ ଆଇଆଇସି ସନ୍ଧ୍ୟାରାଣୀ ଜେନା ଉପଯୁକ୍ତ ଟ୍ରେନିଂ ପାଇନାହାନ୍ତି । ଏକଥା ଆମେ କହୁନୁ, ଓଡିଶା ମାନବାଧିକାର କମିଶନ କହିଛନ୍ତି । ଏକ ମାମଲାର ବିଚାର କରି କମିଶନ ଏଭଳି କଟୁ ମନ୍ତବ୍ୟ ଦେଇଛନ୍ତି ।

ଗତ ମେ’ ମାସରେ ଜଣେ ଅଭିଯୁକ୍ତକୁ ଥାନାକୁ ଧରି ଆସିଥିଲେ ତତ୍କାଳିନ ଆଇଆଇସି ସନ୍ଧ୍ୟାରାଣୀ ଜେନା । ଥାନାରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସନ୍ଧ୍ୟାରାଣୀ । ଏପରିକି ଗୋଇଠା ପରେ ଗୋଇଠା ମାରିବାକୁ ସେ ଭୁଲିନଥିଲେ । ଆଇଆଇସିଙ୍କ ଏହି ଦବଙ୍ଗଗିରିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୋଲିସ ମୁଖ୍ୟାଳୟରେ ଏହି ଭିଡିଓ ପହଞ୍ଚିବା ପରେ ଡିଜିପି କ୍ଷୁବ୍ଧ ହୋଇ ସନ୍ଧ୍ୟାରାଣୀଙ୍କୁ ନିଲମ୍ବିତ କରିଥିଲେ ।

ଆଇଆଇସିଙ୍କ ଦବଙ୍ଗଗିରିକୁ ବିରୋଧ କରି ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କା ଦେବାକୁ ପ୍ରଥମ ପର୍ୟ୍ୟାୟରେ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅର୍ଥ ସନ୍ଧ୍ୟାରାଣୀଙ୍କ ଦରମାରୁ ଭରଣା କରିବା ପାଇଁ କମିଶନ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ ।

ଆଜି ଏହି ମାମଲାର ପୁର୍ନାଙ୍ଗ ରାୟ ପ୍ରକାଶ ପାଇଛି । ଥାନାରେ ଅଭିଯୁକ୍ତମାନଙ୍କୁ କିଭଳି ବ୍ୟବହାର କରାଯାଏ ସନ୍ଧ୍ୟାରାଣୀ ଜାଣିନଥିବା କମିଶନ କହିଛନ୍ତି । ତେଣୁ ତାଙ୍କୁ ଅଧିକ ଟ୍ରେନିଂର ଆବଶ୍ୟକତା ରହିଛି । ଟ୍ରେନିଂ ପାଇଁ ତାଙ୍କୁ ପଠାଯାଉ ବୋଲି କମିଶନ କହିଛନ୍ତି । ୨ ବର୍ଷ ପର୍ୟ୍ୟନ୍ତ କୌଣସି ଥାନା କିମ୍ବା ଫିଲ୍ଡ ଡ୍ୟୁଟିରେ ନିୟୋଜିତ ନକରିବା ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ