Masthead

ନନ୍ଦିଗ୍ରାମରେ ୧୪୪, ଆକାଶ ମାର୍ଗରୁ ନଜର ରଖିଛନ୍ତି ଇସି

କୋଲକତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ୩୦ଟି ବିଧାନସଭା ଆସନ ପାଇଁ ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି ଭୋଟଗ୍ରହଣ। ହାଇପ୍ରୋଫାଇଲ ନନ୍ଦିଗ୍ରାମ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ଏକଦା ମମତାଙ୍କ ସହଯୋଗୀ ଥିବା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମ ମମତା ଓ ଶୁଭେନ୍ଦୁଙ୍କ ପାଇଁ ସମ୍ନାନର ପ୍ରଶ୍ନ ହୋଇଛି ।

ବିଜେପି ଏଠାରେ ଜାନ ଲଗାଇ ଦେଇଥିବା ବେଳେ ମମତା ମଧ୍ୟ ପଛରେ ନାହାଁନ୍ତି । ୪ଜିଲ୍ଲାରେ ୩୦ ଆସନରେ ୧୭୧ ପ୍ରାର୍ଥୀଙ୍କ ଭାଗ୍ୟ ନିଧ୍ୟାରଣ କରିବେ ୯ ଲକ୍ଷ ୯୫ ହଜାର ଭୋଟର । ଅତ୍ୟନ୍ତ ସମ୍ବେଦନଶୀଳ ନନ୍ଦିଗ୍ରାମରେ ନିର୍ବାଚନ କମିଶନ ୧୪୪ ଧାରା ଜାରି କରିଛନ୍ତି । ଭୋଟ ଗ୍ରହଣ କେନ୍ଦ୍ରଠାରୁ ୨୦୦ ମିଟର ମଧ୍ୟରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଅନ୍ୟପକ୍ଷରେ ହେଲିକପ୍ଟର ଯୋଗେ ନନ୍ଦିଗ୍ରାମ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ନନ୍ଦିଗ୍ରାମକୁ ସୁରକ୍ଷା ବଳୟରେ ରଖାଯାଇଛି । ମୁତୟନ ହୋଇଛନ୍ତି ୨୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି