Masthead

ନନ୍ଦିଗ୍ରାମରେ ୧୪୪, ଆକାଶ ମାର୍ଗରୁ ନଜର ରଖିଛନ୍ତି ଇସି

କୋଲକତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ୩୦ଟି ବିଧାନସଭା ଆସନ ପାଇଁ ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି ଭୋଟଗ୍ରହଣ। ହାଇପ୍ରୋଫାଇଲ ନନ୍ଦିଗ୍ରାମ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ଏକଦା ମମତାଙ୍କ ସହଯୋଗୀ ଥିବା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମ ମମତା ଓ ଶୁଭେନ୍ଦୁଙ୍କ ପାଇଁ ସମ୍ନାନର ପ୍ରଶ୍ନ ହୋଇଛି ।

ବିଜେପି ଏଠାରେ ଜାନ ଲଗାଇ ଦେଇଥିବା ବେଳେ ମମତା ମଧ୍ୟ ପଛରେ ନାହାଁନ୍ତି । ୪ଜିଲ୍ଲାରେ ୩୦ ଆସନରେ ୧୭୧ ପ୍ରାର୍ଥୀଙ୍କ ଭାଗ୍ୟ ନିଧ୍ୟାରଣ କରିବେ ୯ ଲକ୍ଷ ୯୫ ହଜାର ଭୋଟର । ଅତ୍ୟନ୍ତ ସମ୍ବେଦନଶୀଳ ନନ୍ଦିଗ୍ରାମରେ ନିର୍ବାଚନ କମିଶନ ୧୪୪ ଧାରା ଜାରି କରିଛନ୍ତି । ଭୋଟ ଗ୍ରହଣ କେନ୍ଦ୍ରଠାରୁ ୨୦୦ ମିଟର ମଧ୍ୟରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଅନ୍ୟପକ୍ଷରେ ହେଲିକପ୍ଟର ଯୋଗେ ନନ୍ଦିଗ୍ରାମ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ନନ୍ଦିଗ୍ରାମକୁ ସୁରକ୍ଷା ବଳୟରେ ରଖାଯାଇଛି । ମୁତୟନ ହୋଇଛନ୍ତି ୨୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ