Masthead

ଆଜି ୮୬ତମ ଉତ୍କଳ ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବନ୍ଦେ ଉତ୍କଳ ଜନନୀ । ଆଜି ହେଉଛି ପବିତ୍ର ଉତ୍କଳ ଦିବସ ।୧୯୩୬ ମସିହା ଏପ୍ରିଲ ୧ ତାରିଖ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଏହି ଦିନ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଢା ହୋଇଥିଲା ଓଡ଼ିଶା । ପ୍ରାୟ ୫୦୦ଶହ ବର୍ଷ ସୀମାହୀନ ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ଡ –ବିଖଣ୍ଡିତ ହୋଇ ରହିବା ପରେ ଆଜିର ଦିନରେ ସମସ୍ତେ ଏକାଠି ହୋଇଥିଲେ ।

ଏକଦା ନିଜର କଳା – ସଂସ୍କୃତି , ଭାଷା-ସାହିତ୍ୟ , ବାଣିଜ୍ୟ-ବ୍ୟବସାୟ ଓ ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷ ପରିଚିତ ଥିଲା । ତେବେ ଆଜି ଉତ୍କଳ ଦିବସ ଅବସରେ ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ରାଜ୍ୟ । ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅନ୍ୟପଟେ ଉତ୍କଳ ଦିବସ ଅବସରରେ କୋଲକାତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ କାର୍ଯ୍ୟକ୍ରମ ରହିଛି । ଆଜି କୋଲକାତାର ହୁଗୁଳି ନଦୀପଠାରୁ ଓଡ଼ିଆ ଭାଇଭଉଣୀଙ୍କ ସହ କଥା ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ ଦିବସ ଅବସରେ ଓଡ଼ିଆ ଲୋକଙ୍କ ସହ ଆଲୋଚନା କରିବେ । ଫେସବୁକ ଲାଇଭ ଜରିଆରେ ଉତ୍କଳ ଦିବସ ଉପରେ ସେ ସମ୍ବୋଧିତ କରିବେ । ରାଜ୍ୟବାସୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ