Masthead

‘ମଣିପୁରରେ ଶାନ୍ତି ଫେରିବା ଦରକାର’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସା ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଜୋର୍‌ଦାର ଉଠାଇବ କଂଗ୍ରେସ । ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ମଣିପୁର ଗସ୍ତ କରି ଲୋକମାନଙ୍କ ସମସ୍ୟା ଶୁଣିବା ସହ ଶାନ୍ତି ଫେରାଇ ଆଣିବାକୁ ଅପିଲ କରନ୍ତୁ ବୋଲି ରାହୁଲ କହିଛନ୍ତି। ହିଂସା ଆରମ୍ଭ ହେବାଠାରୁ ରାହୁଲ ମଣିପୁରକୁ ୩ ଥର ଗସ୍ତ କଲେଣି।

କିନ୍ତୁ ଦୁର୍ଭାଗ୍ୟର କଥା ସେଠାର ସ୍ଥିତିରେ କୌଣସି ଉନ୍ନତି ଆସିନାହିଁ। ଏବେ ବି ମଣିପୁର ଜାତିଆଣ ଭେଦଭାବକୁ ନେଇ ଦୁଇଭାଗ ହୋଇରହିଛି। ଘରଦ୍ୱାର ପୋଡ଼ିଦିଆଯାଉଛି, ହଜାର ହଜାର ପରିବାର ବିପଦ ଆଶଙ୍କାରେ ରିଲିଫ୍‌ କ୍ୟାମ୍ପ୍‌ରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଥିବା ରାହୁଲ କହିଛନ୍ତି। ହିଂସା କ୍ଷତିଗ୍ରସ୍ତ ମଣିପୁର ଗସ୍ତ ବେଳେ ରାହୁଲ ସ୍ଥାନୀୟ ଲୋକ ଏବଂ ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ କଥା ହୋଇଥିଲେ।

ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆ ଏକ୍ସ’ରେ ସେୟାର କରିଛନ୍ତି। ଗତ ୮ ତାରିଖରେ କଂଗ୍ରେସ ନେତା ମଣିପୁରର ବିଭିନ୍ନ ଜିଲାର ୩ଟି ରିଲିଫ୍‌ କ୍ୟାମ୍ପ୍‌ ପରିଦର୍ଶନ କରିଥିଲେ। ଗତବର୍ଷ ମେ’ ୩ରୁ ଏହି ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଜାତିଆଣ ହିଂସାକାଣ୍ଡ ଆରମ୍ଭ ହୋଇଥିବାବେଳେ କିଛି ସପ୍ତାହ ପରେ ରାହୁଲ ସେଠାକୁ ଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ