ଧରା ପଡିଲେ ଆଞ୍ଜେଲ ପିହୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସହିଦନଗର ପୋଲିସ କବଜାରେ ଆଞ୍ଜେଲ ପିହୁ । ହନି ଟ୍ରାପ କରି ଠକୁଥିଲେ ମହିଳା। ମହିଳାଙ୍କୁ ଗିରଫ କରି ପାଞ୍ଚ ଲକ୍ଷ ଟଙ୍କାର ସୁନା ଗହଣା ସହ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି ସହିଦ ନଗର ଥାନା ପୋଲିସ । ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ ଥିବା କହିବା ସହ ପାର୍ଟ ଟାଇମ ଭାବେ ବୀମା କରୁଥିବା କହୁଥିଲେ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ। ଏହାପରେ ସୋସିଆଲ ମିଡିଆ ମାଧ୍ୟମରେ ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଭାଜନ ହେଉଥିଲେ।

କିଛିଦିନର ବନ୍ଧୁତା ଏବଂ ବିଶ୍ୱାସ ଭାଜନ ପରେ ପ୍ରେମ ଜାଲରେ ଫସାଇ ଘରେ ପହଞ୍ଚୁଥିଲେ। ଘରେ ଏକା ଥିବା ସୁଯୋଗ ନେଇ ନିଶା ଔଷଧ ମିଶ୍ରିତ ପ୍ରସାଦ ଖାଇବାକୁ ଦେଇ ଲୁଟ୍ କରୁଥିଲେ। ବାଙ୍କୁଆଳରେ ଜଣେ ବ୍ୟକ୍ତିଙ୍କ ଠାରୁ ଏହିପରି ଭାବେ ଲୁଟିଥିଲେ ୧୦ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଏଟିଏମ। ଯାହାକୁ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ଶିକାର ହୋଇଥିବା ବ୍ୟକ୍ତି । ଅଭିଯୋଗ ପରେ ତଦନ୍ତ କରି ପିହୁକୁ ପୁରୀରୁ ଗିରଫ କରିଛି ପୋଲିସ। ପୂର୍ବରୁ କୋଲକତା ପୋଲିସ ପିହୁକୁ ଏହିପରି ମାମଲାରେ ଗିରଫ କରିଥିଲା।

ଆଞ୍ଜେଲ ପିହୁକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଉ କେଉଁ ମାନଙ୍କ ଠାରୁ କେତେ ପରିମାଣର ଟଙ୍କା ଏବଂ ଅଳଙ୍କାର ହନୀ ଟ୍ରାପ ଦ୍ୱାରା ଲୁଟ କରାଯାଇଛି ରିମାଣ୍ଡରେ ଅଣାଯିବା ପରେ ଜଣାପଡିବ ବୋଲି ସୁଚନା ଦେଇଛନ୍ତି ଏସିପି ସଂଜୀବ ଶତପଥୀ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା