Masthead

ଏଲଏସିରେ ଭାରତ- ଚୀନ ମୁହାଁମୁହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଲଏସିରେ ଭାରତ ଚୀନ୍ ସେନା ମୁହାଁମୁହିଁ । ଏଲଏସି ଆଡ଼କୁ ମାଡ଼ି ଆସୁଥିବା ଚିନ୍ ସେନା ଅଟକାଇଥିଲା ଭାରତୀୟ ସେନା । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ୨୦୦ ଚୀନ୍ ସେନା ଏଲ୍ଏସି ଆଡକୁ ମାଡି ଆସୁଥିବା ବେଳେ ଅଟକାଇଥିଲେ ଭାରତୀୟ ଯବାନ । କମାଣ୍ଡରସ୍ତରୀୟ ଆଲୋଚନା ପରେ ଚୀନ୍ ସେନା ପଛକୁ ହଟିଥିଲେ । ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଚୀନର ପାଖାପାଖି ୨୦୦ ସୈନିକ ଏଲ୍ଏସି ପାର କରି ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । କିଛି ଘଂଟା ଧରି ଝଗଡା ଲାଗି ରହିଥିଲା । ଏଥିରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ । ଭାରତ ଓ ଚୀନରେ ଦୀର୍ଘ ଦିନ ହେବ ଉତ୍ତେଜନା ଜାରି ରହିଛି। ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶର ୟାଗତସେ ନିକଟ ତୱାଗ ସେକ୍ଟରରେ ଗତ ସପ୍ତାହରେ ଚୀନ ସୈନିକମାନେ ପ୍ରବେଶ କରିଥିଲେ।

ଭାରତ-ଚୀନ ସୀମାର ଔପଚାରିକ ଭାବେ ସୀମାଙ୍କନ କରାଯାଇ ନାହିଁ। ଚୀନ ସୈନିକ ଭାରତୀୟ ବଙ୍କରଗୁଡ଼ିକ କ୍ଷତି କରିବାକୁ ଉଦ୍ୟମ କରିଥିଲେ। ଫଳରେ ଭାରତୀୟ ଯବାନମାନେ ତୱାଗରେ ଚୀନ ସୈନିକଙ୍କୁ ଅଟକ ରଖିଥିଲେ। ମାତ୍ର ଏହା ଅସ୍ଥାୟୀ ସମୟ ପାଇଁ ଥିଲା। ସେନା ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ