Masthead

ଓଡ଼ିଶାରୁ ଏକମାତ୍ର ରାଷ୍ଟ୍ରପତିଙ୍କ ଆଜି ଜନ୍ମଦିନ

(ବଡ଼ ଖବର ବ୍ୟୁରୋ) ସାଧାରଣରେ ଭି. ଭି. ଗିରି ନାମରେ ପରିଚିତ, ଭାରତର ୪ର୍ଥ ରାଷ୍ଟ୍ରପତି ଭାବରେ ୨୪ ଅଗଷ୍ଟ ୧୯୬୯ରୁ ୨୩ ଅଗଷ୍ଟ ୧୯୭୪ଯାଏଁ କାମ କରିଥିଲେ । ବର୍ତ୍ତମାନ ଭାରତୀୟ ଶ୍ରମିକଙ୍କୁ ଯାହାକିଛି ଅଧିକାର ମିଳିଛି, ତାହା କେବଳ ସମ୍ଭବ ହୋଇପାରିଛି ଭି.ଭି.ଗିରିଙ୍କ ପାଇଁ । ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ମୂଖ୍ୟ ବୋଲି ପ୍ରମାଣ କରିବାକୁ ଯାଇ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ସେ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ ।

୧୮୯୪ ମସିହା ଆଜିର ଦିନରେ ଭାରତର ପ୍ରଖ୍ୟାତ ରାଜନେତା ଏବଂ ଦେଶର ତୃତୀୟ ଉପରାଷ୍ଟ୍ରପତି ତଥା ଚତୁର୍ଥ ରାଷ୍ଟ୍ରପତି ଭି.ଭି ଗିରି ଓଡ଼ିଶାର ବ୍ରହ୍ମପୁରଠାରେ ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଭି ଭି ଗିରିଙ୍କ ପିତା ଭିଭି ଯୋଗାୟା ପନ୍ତଲୁ ଥିଲେ । ଜଣେ ସଫଳ ଓକିଲ ଏବଂ ରାଜନେତା ଏବଂ ମା’ ଶଭଦ୍ରାମ୍ମା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ସେ ପ୍ରାରମ୍ଭିକ ଶିକ୍ଷା ବ୍ରହ୍ମପୁରରୁ ଶେଷ କରି ପରବର୍ତ୍ତୀ ସମୟରେ ଲ’ ପଢିବା ପାଇଁ ଡବଲିନ ୟୁନିଭର୍ସିଟିରେ ଆଡମିଶନ କରିଥିଲେ । କିନ୍ତୁ ଆଇରିସ ଜାତୀୟ ଆନ୍ଦୋଳନରେ ଯୋଗଦେବା କାରଣରୁ ୧୯୧୬ ମସିହାରେ ତାଙ୍କୁ ଆୟାଳାଣ୍ଡରୁ ନିଷ୍କାସିତ କରାଯାଇଥିଲା । ଭାରତ ଫେରିବା ପରେ ଶ୍ରମ ଆନ୍ଦଳନରେ ଯୋଗଦେଇ କଂଗ୍ରେସରେ ସାମିଲ ହୋଇଥିଲେ । ସେ ଗଠିତ କରିଥିଲେ ମାଡ୍ରାସ ଏବଂ ନାଗପୁର ରେଲୱେ ମଜଦୁର ଟ୍ରେଡ ୟୁନିୟନ, ଯାହା ପରବର୍ତ୍ତୀ ସମୟରେ ଅଖିଳ ଭାରତୀୟ ରେଳ କର୍ମଚାରୀ ସଂଘ ଭାବେ ପରିଚିତ ହୋଇଥିଲା ।

୧୯୪୭-୫୧ ସିଲନରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେବା ସହିତ ୧୯୫୨ରେ ଗଠିତ କଗ୍ରେସ ସରକାରରେ ପ୍ରଥମ ଶ୍ରମମନ୍ତ୍ରୀ ହୋଇଥିଲେ । ସେ ପରବର୍ତ୍ତୀ ସମୟରେ ଉତ୍ତର ପ୍ରଦେଶ, କେରଳ ଏବଂ ମୈଶୁରର ରାଜ୍ୟପାଳ ଭାବେ ଅବସ୍ଥାପିତ ହେବାପରେ ୧୯୬୭ରେ ଉପରାଷ୍ଟ୍ରପତି ଭାବେ ଚୟନ ହୋଇଥିଲେ ଏବଂ ଜାକିର ହୁସେନଙ୍କ ଦେହାନ୍ତ ପରେ ୧୯୬୯ରେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କୁ ୧୯୭୫ରେ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ କରାଯାଇଥିଲା । ୧୯୮୦ ମସିହାରେ ୮୫ ବର୍ଷ ବୟସରେ ମାଡ୍ରାସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା